ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ
ଅନୁଗୋଳ – ଜଣେ ୪ ବର୍ଷର ନିରୀହ ଶିଶୁକୁ ଘରୁ ଅପହରଣ କରି ନେଇ ଆସିବା ପରେ ଗାଁ ମୁଣ୍ଡ ଏକ ନାଳ ନିକଟରେ ଅଭିଯୁକ୍ତ ଦୁଷ୍କର୍ମ ପରେ ନାବାଳିକାଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ଆଜି ଫାଶି ଦଣ୍ଡାଦେଶ ଦେଇଛନ୍ତି ସ୍ପେସିଆଲ ପୋକସୋ କୋର୍ଟ । ସୂଚନା ଯେ, ଗତ ୨୦୨୫ ମସିହା ଜୁନ ମାସ ୨୫ ତାରିଖ ଦିନ ନିଶା ଶିଳ୍ପାଞ୍ଚଳ ଥାନା ଅଂଚଳର ଜଣେ ନାବାଳିକାକୁ ଜେରେଙ୍ଗ ଗାଁର ବାବୁଲା ଜେନା ନାମକ ଜଣେ ଯୁବକ ଅପହରଣ କରି ନେଇଥିଲା । ନାବାଳିକାଙ୍କ ପରିବାର ଥାନାରେ ନାବାଳିକା ନିଖୋଜ ଅଭିଯୋଗ କରିଥିବା ବେଳେ ତା ପର ଦିନ ନାବାଳିକା ଙ୍କ ମୃତ ଦେହ ଘରଠାରୁ ୧୦୦ ମିଟର ଦୂର ଏକ ନାଳ ନିକଟରୁ ମିଳିଥିଲା । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ତଦନ୍ତ କରିଥିଲା । ତଦନ୍ତ ବେଳେ ବାବୁଲା ଜେନା ଏହି କାଣ୍ଡ ଭିଆଇ ଥିବା ଜାଣି ପାରି ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଅପହରଣ , ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାରେ ଫାଶି ଦଣ୍ଡାଦେଶ ଦିଆ ଯାଇଛି ।
ଢେଙ୍କାନାଳ ଓଡାପଡା ରୁ ମନୋଜ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

