ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲେ ଅଶୋକ ମହାନ୍ତି

ଅନୁଗୋଳ, ୧୫.୦୪: ଅନୁଗୋଳ ଜିଲ୍ଲା ଯୋଜନା କମିଟି ଅଧକ୍ଷ ଦାୟିତ୍ଵ ଗ୍ରହଣ କରିଛନ୍ତି ମାନ୍ୟବର ପାଳଲହଡ଼ାର ବିଧାୟକ ଶ୍ରୀ ଅଶୋକ ମହାନ୍ତି।ନବ ନିଯୁକ୍ତ ଅଧକ୍ଷ ନାଲକୋ ସ୍ଥିତ ନିଜ ବାସ ଭବନରୁ ପୂଜାର୍ଚ୍ଚନା କରି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ଵାରା ଏକ ବିଶାଳ ଶୋଭାଯାତ୍ରାରେ ଅନୁଗୋଳ ମା ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଥିଲେ । ଗୁଣ୍ଡିଚା ମନ୍ଦିରଠାରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି , ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ , ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା , ଜିଲ୍ଲା ବିଜେପି ସଭାପତି ଶ୍ରୀ ଯଯାତି ପଟ୍ଟନାୟକ , ଅନୁଗୋଳ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଶ୍ରୀ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଶ୍ରୀ ସୁରମଣି ଚାତାର , ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଦିଲେଶ୍ୱର ପ୍ରଧାନ , ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ବିଶ୍ଵ ରଞ୍ଜନ ପ୍ରଧାନ ପ୍ରମୁଖ ସ୍ବାଗତ କରିଥିଲେ ।

ଗୁଣ୍ଡିଚା ମନ୍ଦିର ଠାରୁ ଅନୁଗୋଳ ଜିଲ୍ଲାର ମହିଳା ମୋର୍ଚ୍ଚା , ଯୁବ ମୋର୍ଚ୍ଚା ଓ ସମସ୍ତ ବିଧାନସଭା କ୍ଷେତ୍ର ରୁ ଆସିଥିବା ହଜାର ହଜାର କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ମାନ୍ୟବର ବିଧାୟକଙ୍କୁ ଏକ ଖୋଲା ଜିପ ମାଧ୍ୟମରେ ପଦ ଯାତ୍ରା କରି ଅନୁଗୋଳ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ବାହାରି ଥିଲେ । ସେଠାରେ ସେ ପହଞ୍ଚିବା ପରେ ଜିଲ୍ଲା ଅଧିକାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ନିଜ ନିଯୁକ୍ତି ପତ୍ର ପ୍ରଦାନ କରିବା ପରେ ସେ ଆନୁଷ୍ଠାନିକ ଭାବରେ ନିଜର ଦାୟିତ୍ଵ ଗ୍ରହଣ କରିଥିଲେ । ନିଜ ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କୁ ନାଗରିକ ମଞ୍ଚ , ଜିଲ୍ଲା ସାମ୍ବାଦିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଦାୟିତ୍ଵ ଗ୍ରହଣ କରିବା ପରେ ସେ ସ୍ଵତନ୍ତ୍ର ସାକ୍ଷାତକାରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଓ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କ ଉପରେ ଭରସା ଓ ବିଶ୍ୱାସ କରି ଯେଉଁ ଗୁରୁ ଦାୟିତ୍ଵ ଦେଇଛନ୍ତି ତାହାକୁ ସେ ସଫଳତାର ସହ ନିର୍ବାହ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ନେତୃତ୍ୱରେ ଅନୁଗୋଳ ଜିଲ୍ଲା ବିକାଶର ଶୀର୍ଷ ସ୍ଥାନରେ ପହଞ୍ଚିବ ବୋଲି ଏବଂ ମୌଳିକ ସମସ୍ୟା ର ସମାଧାନ ଯଥା ଯୁବକ ମାନଙ୍କ ନିଯୁକ୍ତି ଓ କୃଷି କ୍ଷେତ୍ର ରେ ବିଶେଷ ପ୍ରାଧାନ୍ୟ ଦିଆ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ବିଶେଷ ମୁହୁର୍ତରେ ତାଙ୍କ ସହ ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୀବ ସାହୁ , ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ନୃସିଂହ ବରାଳ, ସାଧାରଣ ସମ୍ପାଦିକା ଶ୍ରୀମତୀ ବସନ୍ତ ମଞ୍ଜରୀ ପ୍ରଧାନ, ଅନ୍ୟତମ ସାଧାରଣ ସମ୍ପାଦକ ଶ୍ରୀ ସୁଦିପ ଗଡନାୟକ , ସମସ୍ତ ଜିଲ୍ଲା ଅଧିକାରୀ , ବିଧାନସଭା କ୍ଷେତ୍ରରୁ ଆସିଥିବା ମଣ୍ଡଳ ପଦାଧିକାରୀଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାଗଣ ଉପସ୍ଥିତ ଥିଲେ।




