ମହାବିଷୁବ ସଂକ୍ରାନ୍ତି ମିଳନ ସମାରୋହ ଓ ଧନ୍ୟବାଦ୍ ସଭା ଅନୁଷ୍ଠିତ।

ମହାବିଷୁବ ସଂକ୍ରାନ୍ତି ମିଳନ ସମାରୋହ ଓ ଧନ୍ୟବାଦ୍ ସଭା ଅନୁଷ୍ଠିତ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଚାରି ସ୍ଥିତ ବଡ଼ବିଲ ଟାଉନ୍ ହଲ୍ ଠାରେ ମହାବିଷୁବ ସଂକ୍ରାନ୍ତିର ମିଳନ ସମାରୋହ ଓ ଏକ ଧନ୍ୟବାଦ୍ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ଟାଉନ୍ ହଲ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ଅତିଥି ମାନେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦ୍ଵୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମହାପ୍ରଭୁଙ୍କ ଏକ ସୁନ୍ଦର ଭଜନର ତାଳେ ତାଳେ ନୂର୍ତ୍ୟ ପରିବେଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଯାହାକୁ ମହାବିଷୁବ ସଂକ୍ରାନ୍ତି ମିଳନ ସମାରୋହରେ ଉପସ୍ଥିତ ଦର୍ଶକ ଓ ଅତିଥି ମାନେ ଭରପୁର ଉପଭୋଗ କରିଥିଲେ। ଏବଂ ଗତ ୧୩ତାରିଖ ଦିନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ବିଲ ଗସ୍ତରେ ଆସିଥିବାବେଳେ ବଡ଼ବିଲ ପାଇଁ ରିଙ୍ଗ ରୋଡ ଓ ବାଇପାସ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିବା ସହ ଏହାର ଉଦ୍ଘାଟନ କରିଥିଲେ ଯାହାପାଇଁ ବଡ଼ବିଲବାସୀଙ୍କ ପକ୍ଷରୁ ତାଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ଏବଂ ତାଙ୍କର ଏହି ବଡ଼ବିଲ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଓ ସୁବ୍ୟବସ୍ଥା ପାଇଁ ବଡ଼ବିଲର ସମସ୍ତ ପ୍ରଶାସନ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ମାନଙ୍କ ସହଯୋଗ ପାଇଁ ସେମାନଙ୍କୁ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦ ଓରଫ୍ ଡବ୍ଲୁ ଭାଇ ବଡ଼ବିଲ ବାସୀଙ୍କ ପକ୍ଷରୁ ଧନ୍ୟବାଦ୍ ପ୍ରଦାନ୍ କରିଥିଲେ, କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା ମହୋଦୟ, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପୀଙ୍ଗୁଆ, ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ, ବଡ଼ବିଲ ପୌରଧିକାରି ରମେଶ ଚନ୍ଦ୍ର ନାୟକ, ବଡ଼ବିଲ ରେଞ୍ଜର ସଞ୍ଜୀବ କୁମାର ରାଉତ, ବଡ଼ବିଲ ଏମ ଭି ଆଇ ଅରୁଣ କୁମାର ସାହୁ ଶିଖ ସମାଜ ସଭାପତି ଦୟାଲ ସିଂ ଓ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦ ପ୍ରମୁଖ ମଞ୍ଚାଷିନ ହୋଇଥିବା ବେଳେ ଶତାଧିକ ସଂଖ୍ୟାରେ ବଡ଼ବିଲବାସୀ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



