ସାମ୍ବାଦିକଙ୍କ ଲଢ଼େଇକୁ ଯୋରଦାର କରିବ ୟୁଜେଏ
ଏପ୍ରିଲ ୨୯ରେ ରାଜ୍ୟ ବ୍ୟାପି ବିକ୍ଷୋଭ, ମେ ୧ରେ କଳାବ୍ୟାଚ୍ ପରିଧାନ
ତାଳଚେର, ୧୫/୦୪ ଉତ୍କଳ ସାମ୍ବାଦିକ ସଂଘ ସାମ୍ବାଦିକଙ୍କ ଅଧିକାର ପାଇଁ ଆନ୍ଦୋଳନକୁ ଯୋରଦାର କରିବା ନେଇ ଘୋଷଣା କରିଛି । ତାଳଚେର ଠାରେ ଅନୁଷ୍ଠିତ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଛନ୍ତି ଦେଶରେ ବିଭିନ୍ନ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆର୍ଥିକ ଏବଂ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉଥିବା ବେଳେ ଓଡ଼ିଶା ସରକାର ଏଦିଗରେ ଅଣଦେଖା ନୀତି ଆପଣାଇବା ଦୁର୍ଭାଗ୍ୟଜନକ । ୧୮ରୁ ଅଧିକ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ପେନସନ୍ ମିଳୁଥିବା ଉଦାହରଣ ଦେଇ ସୂଚାଇଥିଲେ ଯେ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ଭଳି ରାଜ୍ୟ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ମାସିକ ୧୫ହଜାର ଟଙ୍କା ପେନସନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ରାଜ୍ୟ ଓ ଜିଲ୍ଳା ସ୍ତରୀୟ ଅଧିସ୍ୱୀକୃତୀ କମିଟି ଗଠନ ପୂର୍ବକ ଯୋଗ୍ୟ ସାମ୍ବାଦିକଙ୍କୁ ଅଧିସ୍ୱୀକୃତୀ ପ୍ରଦାନ, ପ୍ରେସ୍ ଏକାଡ଼େମୀ ଗଠନ ଓ ରାଜଧାନୀରେ ସ୍ୱଳ୍ପମୂଲ୍ୟରେ ରହଣୀ ବ୍ୟବସ୍ଥା ସହ ପ୍ରେସ୍ ଭବନ ନିର୍ମାଣ ଓ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ବର୍ଷରୁ ଅଧିକ ସନ୍ତାନ ସନ୍ତନି ମାନଙ୍କୁ ବୀମାଭୂକ୍ତ ଦାବି ନେଇ ୦୭ଫେବୃଆରୀ ୨୦୨୪ରେ ଉତ୍କଳ ସାମ୍ବାଦିକ ସଂଘ ନେତୃତ୍ୱରେ ରାଜ୍ୟ ବିଧାନସଭା ସମ୍ମୁଖରେ ଏକ ବିଶାଳ ସଭା ଆୟୋଜନ ହୋଇଥିଲା । ଯେଉଁଥିରେ ରାଜ୍ୟର ୩ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟରତ ସାମ୍ବାଦିକ ଯୋଗଦେଇଥିଲେ । ଆଜିର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିଏ କି ତତ୍କାଳନୀ ଭାଜପା ବିଧାୟକ ଦଳ ମୁଖ୍ୟ ଛାଟିଆ ଥିଲେ ସହଯୋଗୀ ବିଧାୟକ ସହ ବିକ୍ଷୋଭ ସ୍ଥଳକୁ ଆସି ସାମ୍ବାଦିକ ଦାବି ସମୂହର ସମର୍ଥନରେ ବକ୍ତବ୍ୟ ରଖିଥିଲେ ଏବଂ ସରକାରକୁ ଆସିଲେ ଦାବି ଗୁଡ଼ିକ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସରକାର ଗଠନ ୨ବର୍ଷ ହୋଇଥିଲେ ହେଁ ଏଯାବତ୍ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୯ରେ ରାଜ୍ୟବ୍ୟାପି ବିକ୍ଷୋଭ, ମେ ୧ରେ କଳାବ୍ୟାଚ୍ ପରିଧାନ କରାଯିବା ନେଇ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଏକ ପ୍ରେସ୍ ମାଧ୍ୟମରେ ଜଣାଇଛନ୍ତି ।

April 15, 2026/
No Comments


