ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମା’ଙ୍କ ଝାମୁ ଯାତ୍ରା
ତାଳଚେର,୧୪/୪ ତାଳଚେର ପୌରପରିଷଦ ଅନ୍ତର୍ଗତ କିଶୋରଗଞ୍ଜ ପାଟଣାରେ ଦୁଇଦିନ ବ୍ୟାପି ମହାବିଷୁବ ସଂକ୍ରାନ୍ତି ଦଶହରା ଯାତ୍ରା ପଡ଼ିଆ କାମନା ଘର ମା ରୁଦ୍ର କାଳୀ ଙ୍କ ପୂଜା ଅନୁଷ୍ଠିତ ହୋଇଛି । ଆଜକୁ ପ୍ରାୟ ଶହେବର୍ଷରୁ ଉର୍ଦ୍ଧ୍ୱ ମହାଆଡ଼ମ୍ବର ସହକାରେ ପାଳିତ ହୋଇ ଆସୁଛି । ଗତକାଲି ଠାକୁରଙ୍କ ଭବ୍ୟ ପଟ୍ଟୁଆରରେ ଜଗନ୍ନାଥ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ସ୍ନାନ କରିବାପରେ ଶତାଧିକ ଦଣ୍ଡ ବ୍ରତଧରି ଭକ୍ତମାନେ ଝୁଣା ମାରି ସାହି ସାହି ବୋଲି ପୂଜା ସ୍ଥଳକୁ ଆସିଥିଲେ । ସେଠାରେ ରୀତିନୀତି ଅନୁଯାୟୀ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ମା’ଙ୍କ ଆଶିର୍ବଦା ଭିକ୍ଷାପାଇଁ ଶତାଧିକ ଶ୍ରଦ୍ଧାଳୁ ଭିଡ଼ ଜମିଥିଲା । ଉକ୍ତ ସାହିରେ ପ୍ରତ୍ୟେକ ଘର ସମ୍ମୁଖରେ ଗୋବରରେ ଲିପା ଯାଇ ବିଧିବିଧାନ ଅନୁଯାୟୀ ପୂଜାପାଠ କରାଯାଇଥିଲା । ଘଂଟା, ଘଂଟା, ଶଙ୍ଖ, ହୂଳହୂଳି, ହରିବୋଲ ଶଦ୍ଦରେ ଅଂଚଳଟି ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମାଙ୍କୁ ହାନ୍ଦୁଳାରେ ବସାଇ ଦୋଳି ଖେଳାଇବାର ବିଧି ମଧ୍ୟ ରହିଛି ଏବଂ ଦୋଳି ଖେଳିବା ଦୃଶ୍ୟ ମଧ୍ୟ ପରିଲକ୍ଷିତ ହୋଇଥିଲା । ଉକ୍ତ ସାହିର ଆଦିତ୍ୟ ନାୟକ, ସନ୍ତୋଷ ଖୁଂଟୁଆ, ରାଜକିଶୋର ନାୟକ, ହରେଶ ଦାସ, ସଞ୍ଜିବ ଦାସ ପ୍ରମୁଖ ସହଯୋଗରେ ଯାତ୍ରା ଅନୁଷ୍ଠିତ ହୋଇଥିଲା ।



