ସେଲଟାକ୍ସ ଟ୍ରିବ୍ୟୁନାଲ ଜୁଡିସିିଆଲ ମେମ୍ବରଙ୍କ ପରଲୋକ
ତାଳଚେର, ୨୭/୦୪ ତାଳଚେର ଟାଉନ ବ୍ରାହ୍ମଣଶାସନ ୨ନଂୱାର୍ଡ଼ର ଆଇନଜିବୀ ସ୍ୱର୍ଗତ ଦିବାକର ମିଶ୍ରଙ୍କ ସୁପତ୍ର ସତ୍ୟପ୍ରିୟ ମିଶ୍ରଙ୍କ (୫୮) ପରଲୋକ ହୋଇଯିବା ଘଟଣା ତାଳଚେର ଅଂଚଳରେ ଶୋକରଛାୟା ଖେଳାଇ ଦେଇଛି । ତାଳଚେରର ପ୍ରଥମ ଓଜେଏସ୍ ପାଇ ଜିଲ୍ଳା ଜଜ୍ ଭାବରେ ଅନେକ ଜିଲ୍ଳାରେ କାର୍ଯ୍ୟକରି ସେ ପ୍ରସଂଶିତ ହୋଇଥିବା ବେଳେ ଏବେ ସେ ସେଲଟାକ୍ସ ଟ୍ରିବ୍ୟୁନାଲ ଜୁଡ଼ିସିଆଲ ମେମ୍ବରଭାବେ କଟକରେ ଅବସ୍ଥାପିତ ଥିଲେ । ସେ କିଛି ଦିନ ପୂର୍ବରୁ ଅସୁସ୍ଥଥିଲେ ଓ ଗତକାଲି ତାଙ୍କୁ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା । ହଠାତ୍ ଗତକାଲି ରାତିରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତଦେହୁ ତାଳଚେରକୁ ଅଣାଯାଇଥିଲା । ଆଜି ସକାଳେ ଏହି ଖବର ପ୍ରଚାରିତ ହେବାପରେ ତାଙ୍କ ବାସଭବନକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜିବି, ସମାଜସେବୀ ଶେଷଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଇଥିଲେ । ତାଙ୍କ ମରଶୀରକୁ ଏକ ବିରାଟ ପଟୁଆରରେ ବ୍ରାହ୍ମଣଶାସନକୁ ନିଆଯାଇ ଶାନ୍ତିଧାମ ଶ୍ମଶାସନ ଘାଟରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସେ ଜଣେ ପରୋପକାରୀ, ମିଷ୍ଠଭାଷୀ ବ୍ୟକ୍ତିଥିଲେ ।



