ବୁଦ୍ଧ ଜୟନ୍ତୀ ପାଳିତ
ତା01.05.2026କୁଚିଣ୍ଡାବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି, କୁଚିଣ୍ଡା ଆନୁକୁଲ୍ୟରେ ଆଜି ମହାକାରୁଣିକ ବୁଦ୍ଧଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ।ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ।ଏହି ସଭାରେ ପୂର୍ବତନ କୁଚିଣ୍ଡା ତଥା ଲଇକେରାବିଧାୟକ ଶ୍ରୀ ଯୁକ୍ତ ବୃନ୍ଦାବନ ମାଝୀ ମଧ୍ୟଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାସୁମନ ପ୍ରଦାନ କରି ବୁଦ୍ଧଙ୍କରଆଦର୍ଶରେ ଅନୁପ୍ରାଣିତ ହୋଇ ସୁନାର ଭାରତଗଢିତୋଳିବା ପାଇଁ ପ୍ରବର୍ତ୍ତାଇ ଥିଲେ। ।ଅନ୍ୟମାନଙ୍କ ମଧ୍ୟରେ ସମିତିର ଆବାହନ ସୁରୁମଣି ସୁନାନୀ, ଶ୍ରଦ୍ଧାକର ଜୟପୁରିଆ,ରତନ ମେହେର, ସୁରଜ୍ମହାନନ୍ଦ ଇତ୍ୟାଦି ବହୁମାନ୍ୟଗଣ୍ୟ ଯୋଗ ଦେଇଥିଲେ ।



