କଙ୍କାଳୁ ଗ୍ରାମରେ ପାନୀୟ ଜଳ ସମସ୍ୟା ପାଇଁ ଜିଲ୍ଲାପାଳ ଜଣଶୁଣାଣି ରେ ଅଭିଯୋଗ
ଆଦ୍ୟ ତା 4. 5. 2026 ରିଖ ସୋମବାର ଦିନ ଢେଙ୍କାନାଳ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜଣଶୁଣାଣି ଅଭିଯୋଗ କରାଯାଇଥିଲା l ସ୍ୱାଧୀନତା ର 77 ବର୍ଷ ପରେ କଙ୍କାଳୁ ଗ୍ରାମରେ ଗ୍ରାମବାସୀ ପାନୀୟ ଜଳ ବିଶୁଦ୍ଧ ଜଳ ପାଇ ପାରୁନାହାନ୍ତି l ବାରମ୍ବାର ଜନଶୁଣାଣୀ ରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିବା ସତ୍ୱେ କୌଣସି କାର୍ଯ୍ୟକାରୀ ହୋଇ ପାରିନାହିଁ l ଟାଟା କମ୍ପାନୀ ଗ୍ରାମକୁ ଆସି ପ୍ରତି ଘରକୁପାଣି ଯୋଗାଇ ଦେବାପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିଲା ନାହିଁ l ତେଣୁ ଆଗାମୀ 15ଦିନ ମଧ୍ୟରେ ପ୍ରଶାସନ କିମ୍ବା ଟାଟା କମ୍ପାନୀ ତରଫରୁ କୌଣସି କାର୍ଯ୍ୟକାରୀ କରାନଗେଲ ଟାଟା ସମୁଖରେ ଧାରଣାରେ ବସିବାପାଇଁ କଙ୍କାଳୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି l



