୩୮ ତମ ରାଜ୍ୟ ସିନିୟର୍ ଓ ସବ୍ ଜୁନିୟର ଟେନି କୋଟ ଚମ୍ପିୟାନ ୨୦୨୬

କଟକ ତା ୦୪/୦୫/ ରିଖ କଟକ ୩୮ ତମ ରାଜ୍ୟ ସିନିୟର୍ ଓ ସବ୍ ଜୁନିୟର ଟେନି କୋଟ ଚମ୍ପିୟାନ ୨୦୨୬ ପ୍ରତିଯୋଗିତା କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଆରମ୍ଭ ହୋଇଯାଇଛି।ଏହି ପ୍ରତିଯୋଗିତା ୩ ଦିନ ଧରି ଚାଲିବ। ଆଜିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ସହିତ ଓଡ଼ିଶା ଟେନିକୋଟ ସଭାପତି ଅମର ପ୍ରସାଦ ଶତପଥୀ ଏହି କାର୍ଯ୍ୟକ୍ରମକୁ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ବେହେରା, ମୂଖ୍ୟ ବକ୍ତା ଭାବେ ଅଲମ୍ପିକ୍ସ ଆସୋସିଏସନ୍ ସାଧାରଣ ସମ୍ପାଦକ ଅଭିଜିତ ପାଲ୍ ଯୋଗ ଦେଇ କ୍ରୀଡା ସମାରୋହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ଆଜି ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଟେନିକୋଟ ଆସୋସିଏସନ୍ ପରିଚାଳକ ଗୋଲକ ଚନ୍ଦ୍ର ନାୟକ, ଓଡ଼ିଶା ଟେନିକୋଟର ସାଧାରଣ ସମ୍ପାଦକ ଶ୍ରୀକାନ୍ତ କୁମାର ସିହ୍ନା, ଓଡ଼ିଶା ଟେନିକୋଟର ଅଧ୍ୟକ୍ଷ ପ୍ରତାପ କୁମାର ଆଚାର୍ଯ୍ୟ, ସଂଗଠନର ସମ୍ପାଦକ ଦିଲ୍ଲିପ କୁମାର ଦାସ ଯୋଗ ଦେଇ ଖେଳାଳି ମାନଙ୍କୁ ଉସ୍ଛାହିତ କରିଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ୧୫ଟି ଜିଲ୍ଲାରୁ ସମୁଦାୟ ୨୦୦ଜଣ ପ୍ରତି ଯୋଗି ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ୮୦ ଜଣ ପୁରୁଷ,ତଥା ୩୮ ଜଣ ମହିଳା ଭାଗ ନେବା ସହିତ ଉପ କନିଷ୍ଠ ବିଭାଗରେ ବାଳକ ବିଭାଗରେ ୪୬ ଜଣ ବାଳିକା ବିଭାଗରେ ୨୧ ପ୍ରତି ଯୋଗି ଭାଗ ନେଇଛନ୍ତି।ଶେଷରେ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।




