ତାଳଚେରରେ ବୃଦ୍ଧି ପାଉଛି ଚୋରୀ ରାହାଯାନୀ ପୋଲିସ ନିରବଦ୍ରଷ୍ଟା କାହିଁକି
ତାଳଚେର, ୦୭/୦୫ ତାଳଚେର ସହରରେ ଏବେ ଚୋରୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲେ ମଧ୍ୟ ପୋଲିସ୍ ନିରବତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ କେବଳ ତାଳଚେର ପୋଲିସ୍ ମଦ୍ୟପୀ ଗାଡ଼ିଚାଳକକୁ ଅନ୍ଧାରିଆ ସ୍ଥାନ ଗୁଡ଼ିକରେ ଲୁଚିଛପି ରହି ସତେଯେପରି ଡ଼କୟତକୁ ଧରିବା ଭଳି ବାଇକ ଚାଳକ ଉପରେ ଆତର୍କିତ ଚଢ଼ାଉ କରି ଭୟଭିତ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ଏଥିରେ ପୋଲିସ୍ ରାଜ୍ୟ ସରକାରକୁ ପୋଷୁଥିବା ବେଳେ ନିଜେ ବେଶ ହାତ ଚିକ୍କଣ କରି ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରୁଥିବାକୁ ଦର୍ଶାଇ ବାହା ବାହା ନେଉଥିଲାବା ଭଳି ଅବସ୍ଥା ସୃଷ୍ଟି କରିଛି । ଏପରିକି, ବାଇକ ଚାଳକମାନଙ୍କୁ ଯେଉଁ ଷ୍ଟଡ଼ ଦ୍ୱାରା ଫୁଙ୍କା ଯାଉଛି ତାହା ସରକାରୀଙ୍କ ଦ୍ୱାରା ପ୍ରଦତ ନା କୌଣସି ଲସି ଦୋକାନୀ ଷ୍ଟଡ଼ (ପାଇପ୍) ନୁହେଁ ତ । ଘଟଣାରୁ ପ୍ରକାଶ ହାଟତୋଟା ସ୍ଥିତ ତାମ୍ରିତ ମାର୍କେଟରେ ଥିବା ଏକ ଗହଣା ଦୋକାନରୁ ବିଳମ୍ବିତ ରାତ୍ରିରେ ଦୃର୍ବୁତମାନେ ଆଦବେଷ୍ଟ ଭାଙ୍ଗି ଟଙ୍କା ଓ କିଛି ସୁନା ଅଳଙ୍କାର ଲୁଟିନେବା, ପୁନଶ୍ଚ ସେହି ନିକଟସ୍ଥ ଆଇଟିଆଇ ଛକ ଏକ ଓମଫେଡ଼ ପାର୍ଲର ଦୋକାନର ଆଜବେଷ୍ଟ ଭାଙ୍ଗି ସେଥିରେ ଥିବା ନଗଦ ୨୦ହଜାର ଟଙ୍କା, ବିଭିନ୍ନ ଓମଫେଡ଼ ସାମଗ୍ରୀ ଚୋରୀକରି ନେଇଥିବା ଘଟଣା ଦୋକାନୀ ମାନଙ୍କର ନିଦ ହଜାଇ ଦେଇଛି । ଏନେଇ ଦୋକାନୀ ମାଲିକ ଗୋଲେଖ ସେଠୀ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ତାଳଚେର ଅଂଚଳରେ ଭିନ୍ନ ଭିନ୍ନ ସମୟରେ ଏବେ ଚୋରୀ ରାହାଯାନି, ଶନିବାର ହାଟରୁ ବାଇକ ଚୋରି ଇତ୍ୟାଦି, ମଦ୍ୟପୀ ଯୁବକଙ୍କ ଦାଦାଗିରି ବୃଦ୍ଧି ପାଉଥିଲେ ମଧ୍ୟ ପୋଲିସ୍ର ନିରବଦ୍ରଷ୍ଟା ଓ ରାତ୍ରୀ କାଳୀନ ପାଟ୍ରୋଲିଙ୍ଗ ହେଉନଥିବାରୁ ସେମାନଙ୍କୁ ଆହୁରି ପ୍ରତ୍ସାହିତ କରୁଛି ବୋଲି ଚର୍ଚ୍ଚା ଯୋରଧରିଛି । ତାଳଚେର ଟାଉନ ପୋଲିସ ଅଂଚଳଟି କେବଳ ଏବେ ଅପରାଧିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ନିଛାଟିଆ ଅଂଚଳରେ ଡ଼୍ରଗ ସେବନ, ମଦ, ଗଞ୍ଜା ପ୍ରଭୃତି ସେବନ କରି ଶିକ୍ଷିତ ଯୁବକ ପଥଭ୍ରଷ୍ଟ ହୋଇ ବିଭିନ୍ନ ଅସାମାଜିକ କାମ ବୃଦ୍ଧି ପାଉଥିବା ସହିତ ଏପରିକି ଦେବାଳୟ ସ୍ଥାନ ଗୁଡ଼ିକୁ ଏହି କାରଣରୁ ଭକ୍ତମାନେ ଯିବାକୁ ଭୟଭିତ ହେଉଛନ୍ତି । ଏପରି ସ୍ଥଳେ କିପରିଭାବେ ଅନୁଗୋଳ ଜିଲ୍ଳା ଏସପି ସମ୍ଭବତଃ ଘଂଟ ଘୋଡ଼ାଉଥିବା ଘଟଣା ବିଭିନ୍ନ ମହଲରେ ଆଲୋଚନା ହେଉଛି ।



