ଢ଼ାବା, ହୋଟେଲ, ରେଷ୍ଟୁରାଂଟରେ ଚଢ଼ାଉ
ତାଳଚେର, ୦୭/୦୫ ତାଳଚେର ପୋଲିସ ସହାୟତାରେ ଖାଦ୍ୟନିରାପତା ବିଭାଗ ଅଧିକାରୀ ସୁମିତ ସୌରଭ ପରିଡ଼ା, ହରପ୍ରିୟା ବେହେରା, ଶ୍ରୀବନ୍ତ ଖଣ୍ଡଗିରି ବିଭିନ୍ନ ହୋଟେଲ, ଢ଼ାବା, ରେଷ୍ଟୁରାଂଟ, ଲସି ଦୋକାନ, ଦହିବରା ଦୋକାନ ଖୁଚୁରା ଦୋକାନ ଗୁଡ଼ିକରେ ଚଢ଼ାଉ କରିଥିଲେ ଓ ଉକ୍ତ ଦୋକାନ ଗୁଡ଼ିକରେ ରହିଥିବା ବାସୀ ଖାଦ୍ୟପଦାର୍ଥ ଗୁଡ଼ିକୁ ଫିଙ୍ଗିଦେବା ସହିତ ସେମାନଙ୍କ ଠାରୁ ୧୦ହଜାର ୫ଶହ ଟଙ୍କା ଫାଇନ୍ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ତେବେ ଅସାଧୁ ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ନିଜର ସ୍ୱାର୍ଥ ସାଧନ ପାଇଁ ବାସିଖାଦ୍ୟ ଗୁଡ଼ିକୁ ବିଭିନ୍ନ ରାସାୟନିକ ପଦାର୍ଥ ଦେଇ ଅଧିକ ଆକର୍ଷଣ କରି ବିକ୍ରି କରୁଥିବା ଅଭିଯୋଗ ପରେ ଏହି ଚଢ଼ାଉ କରାଯାଇଥିବା କୁହାଯାଇଛି । ଯଦି ଏହି ଚଢ଼ାଉ ବାରମ୍ବାର କରାଯାଏ ତେବେ ଦୋକାନୀ ମାନେ ଏପରି କରିବାକୁ ସାହାସ କରନ୍ତେ ନାହିଁ ଓ ଗ୍ରାହକମାନେ ନିଶ୍ଚିତ ଭାବେ ସୁଫଳ ପାଇବେ ବୋଲି ସାଧାରଣରେ କୁହାଯାଉଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)


