ତିରିସ୍ କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ,ବଡ଼ବିଲ ପୋଲିସ୍ ଦ୍ବାରା ଆଠଜଣ ଗିରଫ୍।

ରାଜ୍ୟର ବିଭିନ୍ନ ସ୍ଥାନରେ ଦିନକୁ ଦିନ ବୃଦ୍ଧିପାଉଛି ନିଶାଦ୍ରବ୍ୟ କାରବାରିଙ୍କ ପାଦୃଭାବ। ଏହି ନିଶାଦ୍ରବ୍ୟ କାରବାରିଙ୍କ ପାଇଁ କଳୁଷିତ ହେଉଛି ସମାଜ। ସେହିଭଳି ଏକ ନିଶାଦ୍ରବ୍ୟ କାରବାର ବେଳେ ବଡ଼ବିଲ ପୋଲିସ୍ ର ଚଢ଼ାଉ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ଚୋରା ଗଞ୍ଜେଇ ବେପାରୀଙ୍କୁ କାବୁ କରିବାରେ ସଫଳ ହୋଇଛି ବଡ଼ବିଲ ପୋଲିସ୍। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କିଛି ବ୍ୟକ୍ତି ଏକ ଅଟୋ ସାହାଯ୍ୟରେ ଗଞ୍ଜେଇ ଆଣି ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ନିକଟସ୍ତ ଭୁସୁଙ୍ଗା ଠାରେ କିଛି ବ୍ୟବସାୟୀ ଙ୍କୁ ବିକ୍ରି ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଆଠ ଜଣକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ପ୍ରାୟ ତିରିସ୍ କିଲୋରୁ ଉର୍ଦ୍ଧ ଗଞ୍ଜେଇ ସହ ଏକ ଓଜନ ମେସିନ, ଗୋଟିଏ ମୋବାଇଲ, ନଗଦ ଦୁଇହଜାର ଟଙ୍କା ଓ ନିଶାଦ୍ରବ୍ୟ କାରବାର ପାଇଁ ବ୍ୟବହୃତ ଏକ ଅଟୋକୁ ବଡ଼ବିଲ ପୋଲିସ୍ ଜବତ୍ କରିଥିବା ନେଇ ଏକ ପ୍ରେସ୍ ବିବୃତି ରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



