ଜାତୀୟରାଜପଥ ୫୨୦ରେ ପୁଣି ଗଡିଲା ମୁଣ୍ଡ, ହାଇୱା ଧକ୍କାରେ ଚାଲିଗଲା ଦୁଇଜଣଙ୍କ ଜୀବନ।
ଜାତୀୟ ରାଜପଥ ୫୨୦ରେ ପୁଣି ଗଡିଲା ମୁଣ୍ଡ, ଅଜଣା ହାଇୱା ଗାଡ଼ି ଧକ୍କାରେ ଚାଲିଗଲା ଦୁଇଜଣଙ୍କ ଜୀବନ। କେନ୍ଦୁଝର ଜିଲ୍ଲାପାଇଁ ଲାଇନ୍ ବୋଲାଉଥିବା ୫୨୦ନମ୍ବର୍ ଜାତୀୟ ରାଜପଥ ଅଞ୍ଚଳ ବାସିନ୍ଦା ମାନଙ୍କ ପାଇଁ ସାଜିଛି ଡେଡ୍ ଲାଇନ୍ ଓ ଅଞ୍ଚଳ ବାସିନ୍ଦା ମାନଙ୍କ ପାଇଁ ଏକ ପ୍ରକାର ଅଭିଶପ୍ତ ଭଳି ମନେହୁଏ। ଏହି ୫୨୦ନମ୍ବର୍ ଜାତୀୟ ରାଜପଥରେ ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳେ। ସେହିଭଳି ଏକ ମର୍ମନ୍ଦୂନ୍ତ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇଜଣଙ୍କ ଜୀବନ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ କଳା ପାହାଡ଼ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇଜଣଙ୍କ ଜୀବନ। ଯାହାକି ସୂଚନା ରହିଛି ସନ୍ଧ୍ୟା ସମୟରେ OD 09Z 3746ଏକ ଆପାଚି ମୋଟର ସାଇକେଲରେ ଯୋଡ଼ା ଥାନା ଅନ୍ତର୍ଗତ ବାଂଶପାଣି ଅଞ୍ଚଳର ସମ୍ପର୍କୀୟ କକା ପୁତୁରା ବିଲେଇପଦା ରୁ ଯୋଡ଼ା ଅଭିମୁଖେ ଯାଉଥିବା ସମୟରେ କଳାପାହାଡ଼ ନିକଟରେ ଏକ ଅଜଣା ହାଇୱା ତାଙ୍କୁ ଧକ୍କାଦେଇ ସେଠାରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ଏତେ ଜୋରଦାର ଥିଲାକି ଦୁର୍ଘଟଣାରେ ମୋଟର ସାଇକେଲ ଟି ସମ୍ପୂର୍ଣ ଭାଙ୍ଗି ଚୂର୍ମାର୍ ହୋଇଯାଇଥିବା ନେଇ ସୂଚନା। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା। ତେବେ ଖବର ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ଶବକୁ ଉଦ୍ଧାରକରି ଟାଟା ଷ୍ଟିଲ ସ୍ଥିତ ଶବ ସଂରକ୍ଷଣ ଗୃହକୁ ପଠାଇଥିବା ନେଇ ସୂଚନା। ମୃତକ ଦୁଇଜଣ ହେଲେ ଯୋଡ଼ାଥାନା ଅନ୍ତର୍ଗତ ବାଂଶପାଣି ଅଞ୍ଚଳର ଅର୍ଜ୍ଜୁନ ସାଣ୍ଡିଲ ଓ ପୁତୁରା ଗଣେଶ ସାଣ୍ଡିଲ୍ ହୋଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



