ସମାଧାନ ସମାରୋହ-୨୦୨୬ରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ ।
ଅନୁଗୋଳ,ତା.୦୭.୦୫:- ସହଭାଗୀ ନ୍ୟାୟ ଏବଂ ଲୋକଙ୍କ ନିକଟରେ ନ୍ୟାୟିକ ସେବା ପରିକଳ୍ପନାକୁ ଆଗକୁ ବଢାଇବା ପାଇଁ ଦେଶବ୍ୟାପି ମଧ୍ୟସ୍ଥତା ଭିଭିକ ବିଚାର ଏବଂ ବିବାଦର ସଦଭାବନାପୂର୍ଣ୍ଣ । ସମାଧାନ ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ୨୧,୨୨ ଏବଂ ୨୩ ଅଗଷ୍ଟ ୨୦୨୬ ରେ ଏକ ବିଶେଷ ଲୋକ ଅଦାଲତ – ସମାଧାନ ସମାରୋହ ଅନୁଷ୍ଠିତ ହେବ । ଏହି -ବିଶେଷ ଲୋକ ଅଦାଲତର ଉଦ୍ଦେଶ୍ୟ ହେଉଛି ସହମତି ଆଧାରିତ ସମାଧା ମାଧାନ ବ୍ୟବସ୍ଥା ମାଧ୍ୟମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ବିଚାରଧୀନ ମାମଲାର ସୌହାର୍ଦ୍ଦ ନାର୍ଘ୍ଯପୂର୍ଣ୍ଣ ସମାଧାନକୁ ସୁଗମ କରିବା । ଏହି ପଦକ୍ଷେପ ଅଧୀନରେ ବିବାଦର ପ୍ରଭାବଶାଳୀ ସମାଧାନରେ ସମସ୍ତ ଅଧ୍ରୁବକ୍ତା, ମକଦ୍ଦମାକାରୀ ଏବଂ ଅଂଶୀଦାରମାନଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଏବଂ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ପକ୍ଷମାନେ ସେମାନଙ୍କ ବିବାଦର ସମାଧାନ ପାଇଁ ଊଭୟ ବ୍ୟକ୍ତିଗତ ଭାବେ କିମ୍ବା ଅନ୍ଲାଇନ୍ ପ୍ଲାଟ ଫର୍ମରେ ଆଭାସି ମାଧ୍ୟମରେ ଉପସ୍ଥିତ https://www.sci.gov.in/ ୱେବ୍ ସାଇଟ୍ ରେ ଊପଲବ୍ଧ ଗୁଗୁଲ ଫର୍ମ (https://forms.gle/jqxefqF4BCWzukoP6) କୁ ୩୧ ମଇ 909୬ ମଧ୍ୟରେ ଫର୍ମ ପୂରଣ କରି ଆବେଦନ କରିପାରିବେ । ସମାଧାନ ସମାରୋହ -୨୦୨୬ ସମ୍ପର୍କିତ ସୂଚନା ପାଇଁ ସର୍ବଭାରତୀୟ ସ୍ତରରେ ୦୧୧-୨୩୧୧୨୪୨୮, ୦୧୧-୨୩୧୧୨୫୨୮ କିମ୍ବା ଅନୁଗୋଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଜିଲ୍ଲା ଅଦାଲତ ପରିସରରେ ଥିବା ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ମୋବାଇଲ୍ ନମ୍ବର-୮୭୬୩୧୦୫୬୪୦ -ଇମେଲ disaangul@gmail.com ରେ ଯୋଗାଯୋଗ କରିପାରିବେ ।



