ତାଳଚେର ନୂତନ ରଥ ନିର୍ମାଣ ଖର୍ଚ୍ଚ ବହନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ତାଳଚେର ୮/୫ ତାଳଚେର ରେ ରାଜା ରଜୁଡ଼ା ଅମଳରୁ ହୋଇ ଆସୁଥିବା ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପଂଚାୟତ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ କମିଟି ର ସଭାପତି ତଥା ଉପଜିଲ୍ଲାପାଳ ସଭାପତିତ୍ବ କରିଥିଲାବେଳେ ତାଳଚେର ର ବିଧାୟକ ପୂର୍ବତନ ସାଂସଦ , ତାଳଚେର ରାଜା ସାହେବ,ସାଂସଦ ଙ୍କ ପ୍ରତିନିଧି, ନଗର ପାଳ, ନିର୍ବାହୀ ଅଧିକାରୀ,ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। ଏଵଂ ଉକ୍ତ ବୈଠକରେ ତାଳଚେର ର ରଥ କମିଟି ର ସଦସ୍ୟ ମାନେ ସାମିଲ ହୋଇଥିଲେ।ତେବେ ପ୍ରତିବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅର୍ଥ ର ଆବଶ୍ୟକତାକୁ ପୂରଣ କରିବା ପାଇଁ ରଥ କମିଟି ପକ୍ଷରୁ ପ୍ରଚେଷ୍ଟା କରାଯାଇ କିଛି ବଦାନ୍ୟ ବ୍ୟକ୍ତି ମାନଙ୍କୁ ଅନୁରୋଧ ପୂର୍ବକ ମଗା ମଗି କରି ବାକି ଆବଶ୍ୟକ ଅର୍ଥ ପୌର ପରିଷଦ ପକ୍ଷରୁ ସହଯୋଗ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ନୂତନ ରଥ ନିର୍ମାଣ ପାଇଁ ତାଳଚେର ମାଟିର ସୁଯୋଗ୍ୟ ସନ୍ତାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନୂତନ ରଥ ନିର୍ମାଣ ଖର୍ଚ୍ଚ ବାବଦ କୁ ଆବଶ୍ୟକ ଅର୍ଥ ନିଜେ ବହନ କରିବେ ବୋଲି ଟେଲିଫୋନ ଯୋଗେ ତାଳଚେର ପୌର ପରିଷଦ ର ନଗର ପାଳ ପବିତ୍ର ଭୂତିଆ ଙ୍କୁ କହିଥିଲେ। ଫଳରେ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆଉ ଅର୍ଥର ଅଭାବ ରହିବ ନାହିଁ ବୋଲି ନଗର ପାଳ ଶ୍ରୀ ଭୂତିଆ ବୈଠକ ରେ ପ୍ରକାଶ କରିବା ପରେ କମିଟି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ତେବେ ଆଗକୁ କିପରି ଏହି ଆର୍ଥିକ ନିଅଣ୍ଟିଆ ନ ହେବ ସେଥିପାଇଁ ସ୍ଥାୟୀ ପ୍ରତିକାର କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକ ରେ ମତ ପ୍ରକାଶ ପାଇଥିଲା।।



