କେନ୍ଦୁଝର ଜିଲ୍ଲାରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ।

କେନ୍ଦୁଝର ଜିଲ୍ଲାରେ ବିଷାକ୍ତ ସାପ କାମୁଡାରେ ଜଣକର ମୃତ୍ୟୁ l କେନ୍ଦୁଝର ଜିଲ୍ଲା ବାରିଆଥାନା ଅନ୍ତର୍ଗତ ଭୂଇଁପୁର ମଠଗୋଡ ସାହିର ବିରବର ନାଏକ (୪୦)ଙ୍କର ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଗତକାଲି ରାତ୍ରି ଖାଇପିଇ ନିଜ ଘର ଭିତର ଚଟଣାରେ ଶୋଇଥିବା ବେଳେ ଏକ ବିଷଧର ଚିତି ସାପ ତାକୁ କାମୁଡି ଦେଇ ଥିଲା। ରାତ୍ରି ପ୍ରାୟ ୩ଘଟିକା ସମୟରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକଙ୍କୁ ଜଣେଇବାରୁ ପରିବାର ଲୋକ ନିକଟରେ ଏକ ସାପକୁ ଦେଖିଥିଲେ। ସଙ୍ଗେ ସଙ୍ଗେ ବିରବରକୁ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇ ଥିବା ବେଳେ ସେଠାରୁ ଡାକ୍ତର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠେଇ ଥିଲେ। ସେଠାରେ ଚିକିଶ୍ଚିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସାପକୁ ପରିବାର ଲୋକେ ମାରି ପୋଡି ଦେଇଥିବା ବେଳେ ଏହି ଘଟଣା କୁ ନେଇ ଗ୍ରାମରେ ଶୋକର ବାତାବରଣ ସୃଷ୍ଟି ହୋଇଥିବା ଦେଖାଯାଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



