ଦ୍ୱିତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ୨୦୨୬ ଅନୁଷ୍ଠିତ
ତାଳଚେର, ୦୯/୦୫ ଆଜି ତାଲୁକ ଆଇନ ସହାୟତା କମିଟି ତାଳଚେର ପକ୍ଷରୁ ଦ୍ୱିତୀୟ ରାଷ୍ଟିୟ ଲୋକ ଅଦାଲତ ୨୦୨୬ ଅନୁଷ୍ଠିତ ହେଇଯାଇଛି । ଏହି ଲୋକ ଅଦାଲତରେ ଏକଟି ପ୍ରାକ୍ଟ ମକଦ୍ଦମା ଜନିତ ବ୍ୟାଙ୍କ ସମ୍ପିର୍କତ ମାମଲା ୩ହଜାର ୬ଶହ ୨୬ଟଙ୍କା, ୬୯୬ଟି ରାଜସ୍ୱ ମାମଲା ୩ଲକ୍ଷ ୧୫ହଜାର ୨୩୪ଟଙ୍କାରେ । ସେହିପରି ୧୬୨ଟି ବିଚରାଧିନ ମାମଲାର ଫଇସଲା କରାଯାଇଥିଲା । ସେଥିମଧ୍ୟରୁ ସତ୍ୟନାରାୟଣ କର ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ତାଳଚେରଙ୍କ ଅଦାଲତ ୧୬ଟି ମଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରି ୧କୋଟି ୫ଲକ୍ଷ ୩୦ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିଲେ । ତତ୍ ସହିତ ୪ଟି ଦେୱାନୀ, ଏକ ଫୌଜଦାରୀ ଅପିଲ, ଏକ ପୌଜଦାରୀ ରିଭିଜନ୍, ୩ଟି ସେସସ୍ନ କେସ୍ ସମାଧାନ କରିଥିଲେ । ସେହିଭଳି ତାଳଚେରର ଅନ୍ୟ ଅଦାଲତ ଗୁଡ଼ିକ ଅଂଶଗ୍ରହଣ କରି ୩ଟି ଚେକ ବାଉସ୍ ମାମଲାର ବିଚରାକରି ୫ଲକ୍ଷ ୮ହଜାର ୯୯୮ଟଙ୍କାରେ ସମାଧାନ କରିଥିଲେ । ଏତଦ୍ ବ୍ୟତୀତ ୭ଟି ଦେୱାନୀ ମାମଲାର ସମାଧାନ କରାଯାଇଥିଲା । ୩ଟି ବିଚରାଧିନ ବ୍ୟାଙ୍କ ସମ୍ପର୍କିତ ମାମଲା, ୨୦ଟି ପାରିବାରିକ (ଛାଡ଼ପତ୍ର ବ୍ୟତୀତ) ମାମଲା ଓ ୧୦୧ଟି ଫୌଜଦାରୀ ମାମଲା ଫଇସଲା କରାଯାଇଥିଲା । ଏହି ରାଷ୍ଟ୍ରିୟ ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ତାଳଚେରଙ୍କ ଅଦାଲତରେ ଗିରିଜାଶଙ୍କର ମିଶ୍ର ବରିଷ୍ଠ ଦେୱାନୀ ବିଚରାପତି ଦିପଙ୍କର ପଟ୍ଟନାୟକଙ୍କ ଅଦାଲତରେ ପ୍ରଶାନ୍ତ ଦେବତା, ଅତିରିକ୍ତ ବରିଷ୍ଟ ଦେୱାନୀ ବିଚରାପତି ଅଭୟ କୁମାର ଦାସଙ୍କ ଅଦାଲତରେ ରଞ୍ଜିତା ଗଡ଼ନାୟକ, ଉପଖଣ୍ଡ ସ୍ତରୀୟ ବିଚରାବିଭାଗୀୟ ଦଣ୍ଡାଧିକାରିଣୀ ଧୁର୍ବି ସଲାଙ୍କିଙ୍କ ଅଦାଲତରେ ମାନସ ପରିଡ଼ା, ପ୍ରଥମଶ୍ରେଣୀ ବିଚରାବିଭାଗୀୟ ଦଣ୍ଡାଧିକାରିଣୀ ମିସ୍ କୃଷ୍ଣା ସୁବୁଧିଙ୍କ ଅଦାଲତରେ ଯଶୋବନ୍ତ ବଳବନ୍ତ ନନ୍ଦ ଓ ପ୍ରଥମଶ୍ରେଣୀ ବିଚରା ବିଭାଗୀୟ ଦଣ୍ଡାଧିକାରିଣୀ ମିସ୍ ମେଘ୍ନା ପଣ୍ଡାଙ୍କ ଅଦାଲତରେ ବିଜୟ ସାମଲ ପ୍ରମୁଖ ସାମ୍ବିଧାନିକ ବେଂଚର ସଦସ୍ୟଥିଲେ । ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ତଥା ତାଲୁକ ଆଇନ ସହାୟତା କମିଟି ତାଳଚେର ଅଧ୍ୟକ୍ଷ ସତ୍ୟନାରାୟଣ କରଙ୍କ ତତ୍ୱାବଧାନରେ ଏହି ରାଷ୍ଟ୍ରିୟ ଲୋକ ଅଦାଲତଟି ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତଟିରେ ତାଳଚେର ଅଦାଲତର ବିଚାରପତିଗଣ, କର୍ମଚାରୀ ସମୂହ, ସରକାରୀ ଓକିଲ, ଓକିଲସଂଘର ଆଇନଜୀବୀ, ତାଲୁକ ଆଇନ ସହାୟତା କମିଟି, ତାଳଚେରର କର୍ମଚାରୀ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଉପସ୍ଥିତ ରହିଥିଲେ ବୋଲୁି ବିବୃତିରେ ଲୋକ ଅଦାଲତ ପକ୍ଷରୁ ଜଣାଯାଇଛି ।



