ତାଳଚେରର ନୂତନ ରଥ ନିର୍ମାଣ ଖର୍ଚ୍ଚ ବହନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ତାଳଚେର, ୦୯/୦୫ ତାଳଚେରରେ ରାଜାରାଜୁଡ଼ା ଅମଳରୁ ହେଉଥିବା ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କମିଟିର ସଭାପତି ତଥା ଉପଜିଲ୍ଳାପାଳ, ବିଧାୟକ, ପୂର୍ବତନ ସାଂସଦ, ତାଳଚେର ରାଜା ସାହେବ୍, ସାଂସଦଙ୍କ ପ୍ରତିନିଧି, ନଗରପାଳ, ନିର୍ବାହୀ ଅଧିକାରୀ ଓ ତହସିଲଦାର ଏବଂ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ତେବେ ପ୍ରତିବର୍ଷ ରଥନିର୍ମାଣ କାର୍ଯ୍ୟପାଇଁ ଅର୍ଥର ଆବଶ୍ୟକତା ପୂରଣ ପାଇଁ ରଥ କମିଟି ପକ୍ଷରୁ ଚେଷ୍ଟା କରାଯାଇ ବାଦାନ୍ୟ ବ୍ୟକ୍ତିଙ୍କୁ ଅନୁରୋଧ ପୂର୍ବକ ମଗାଯାଇ ବାକି ଆବଶ୍ୟକ ଅର୍ଥ ପୌରପରିଷଦ ପକ୍ଷରୁ ସହଯୋଗ କରାଯାଏ । କିନ୍ତୁ ଚଳିତବର୍ଷ ନୂତନ ରଥ ନିର୍ମାଣ ପାଇଁ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ରଥ ନିର୍ମାଣ କାର୍ଯ୍ୟକୁ ଆବଶ୍ୟକ ଅର୍ଥ ବହନ କରିବେ ବୋଲି ପୌରପରିଷଦ ନଗରପାଳ ପବିତ୍ର ଭୂତିଆ ଏହା ପ୍ରକାଶ କରିଛନ୍ତି । ଫଳରେ ଚଳିତବର୍ଷ ରଥ ନିର୍ମାଣରେ ଅର୍ଥର ଅଭାବ ରହିବ ନାହିଁ ବୋଲି ଶ୍ରୀ ଭୂତିଆ ପ୍ରକାଶ କରିବା ସହ କମିଟି ପକ୍ଷରୁ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।



