ଭୁବନେଶ୍ୱର: ଓଡିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାର ଯୋଜନା କରିଛନ୍ତି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସାଇବର ଅପରାଧର ତ୍ୱରିତ ବିଚାର ପାଇଁ ଖୋଲାଯିବ ସ୍ୱତନ୍ତ୍ର କୋର୍ଟ । ପୀଡିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବିଚାରପତିଙ୍କ ସାଇବର ଆଇନ ଓ ଟେକ୍ନୋଲୋଜି ବିଷୟରେ ଜ୍ଞାନ ରଖିବେ । ଏହା ଦ୍ୱାରା ଜଟିଳ ଡିଜିଟାଲ ପ୍ରମାଣଗୁଡିକୁ ବୁଝିବାରେ ସହଜ ହେବ । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୭ଟି କୋର୍ଟ ଖୋଲାଯିବା ନେଇ ଯୋଜନା କରାଯାଇଛି ।



