କାଣ୍ଡଶରରେ ଦନ୍ତାହାତୀ ଆତଙ୍କ : କପିଳେଶ୍ଵର ଶିବ ମନ୍ଦିର ପରିସରରେ ଗଛ ନଷ୍ଟ, କ୍ଷତିପୂରଣ ଦାବି…

ଅନୁଗୋଳ :
ଅନୁଗୋଳ ଜିଲ୍ଲା ବ ଅଁରପାଳ ବ୍ଲକ କାଣ୍ଡଶର ଗ୍ରାମରେ ଥିବା ବାବା କପିଳେଶ୍ଵର ଶିବ ମନ୍ଦିର ପରିସରରେ ଶନିବାର ରାତିରେ ଏକ ଦନ୍ତାହାତୀ ପଶି ଆତଙ୍କ ସୃଷ୍ଟି କରିଥିଲା। ହାତୀଟି ମନ୍ଦିର ପରିସରରେ ଥିବା କିଛି ଆମ୍ବଗଛ, ନଡ଼ିଆ ଗଛ ଓ ଔଷଧିୟ ଗଛକୁ ଭାଙ୍ଗି ନଷ୍ଟ କରିଦେଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି।
ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁସାରେ, ଗତକାଲି ଦିନ ତିନିଟା ସମୟରେ ମନ୍ଦିର ନିକଟରେ ଥିବା କଟା ବନ୍ଦରେ ଜଳକ୍ରୀଡା କରିବା ସହ ରାତ୍ର ସମୟରେ ହାତୀଟି ଆସି ମନ୍ଦିର ପରିସରକୁ ପଶିଥିଲା। ଏହି ସମୟରେ ମନ୍ଦିର ଆଖପାଖରେ ଲାଗିଥିବା ବିଭିନ୍ନ ଗଛ ଓ ଚାରାକୁ ଭାଙ୍ଗି ନଷ୍ଟ କରିଥିଲା। ଘଟଣା ପରେ ଗ୍ରାମବାସୀମାନେ ବନବିଭାଗକୁ ସୂଚନା ଦେଇଥିଲେ।ମନ୍ଦିର ପରିସରର କ୍ଷତି ନେଇ ଗ୍ରାମବାସୀମାନେ ବନବିଭାଗଙ୍କୁ ଯଥୋଚିତ କ୍ଷତିପୂରଣ ପ୍ରଦାନ କରିବା ସହ ଅଞ୍ଚଳରେ ଦନ୍ତାହାତୀ ଚଳାଚଳ ରୋକିବାକୁ ସ୍ଥାୟୀ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ବନବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ବ୍ୟବସ୍ଥା ନିଆଯିବ ବୋଲି ସୂଚନା ମିଳିଛି।




