କାହା ଅବହେଳାରୁ କାନପୁର ଡ୍ୟାମରେ କାର୍ଯ୍ୟରତ ଅବସ୍ଥାରେ ବିଦ୍ୟୁତ୍ ଆଘାତରେ ଦୁଇ ଶ୍ରମିକ ମୃତ

ବିଭାଗୀୟ କତୃପକ୍ଷଙ୍କ ଅବହେଳା ଅବା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁ କାନପୁର ଡ୍ୟାମ୍ ରେ କାର୍ଯ୍ୟରତ ଅବସ୍ଥାରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ଦୁଇଜଣଙ୍କ ଜୀବନ। କେନ୍ଦୁଝର ଜିଲ୍ଲା କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣସ୍ଥଳରେ ବିଦ୍ୟୁତ୍ ଆଘାତରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବାସୁଦେବପୁର ନିକଟ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣସ୍ଥଳରେ ଅଘଟଣ । ପ୍ରକଳ୍ପସ୍ଥଳରେ ୱେଲଙ଼ି କାମ କରୁଥିବା ବେଳେ, ବିଦ୍ୟୁତ୍ ଆଘାତରେ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା। ମୃତକମାନେ ହେଲେ ପଶ୍ଚିମବଙ୍ଗ ଜଳପାଇଗୁଡ଼ିର ଉତ୍ତମ ରାୟ ଏବଂ ଆପୁ ରାୟ । ସୂଚନା ଅନୁଯାୟୀ, ଆଜି କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣସ୍ଥଳରେ ଏହି ୨ଜଣ ଶ୍ରମିକ ୱେଲଡିଂ କାମ କରୁଥିବା ବେଳେ, ବିଦ୍ୟୁତ୍ ଆଘାତ ଲାଗିବାରୁ ଉଭୟ ତଳେ ପଡି ଯାଇଥିଲେ । ସେଠାରୁ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଓ ପରେ ଧରଣୀଧର ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ ପରିସ୍ଥିତିରେ ଏଇ ସ୍ରମିକ ମାନେ ଦୁର୍ଘଟଣାର ଶୀକାର ହୋଇଛନ୍ତି ତାହା ନିଶ୍ଚିନ୍ତ ତଦନ୍ତ ସାପେକ୍ଷ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




