ଗଞ୍ଜାମ ସହର ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ମେ ୭ ରୁ ୯ ରିଖ ୩ଦିନ ହେଲା ଚାଲିଥିବା ରାଜ୍ୟ ସ୍ତରୀୟ କିକ୍ ବକ୍ସିଂ ଚାମ୍ପିଅନସିପ୍ ଶନିବାର ଦିନ ଉଦଯାପିତ ହୋଇଯାଇଛି।ଗଞ୍ଜାମ ଜିଲ୍ଲା ଆ ରାଜ୍ଯ ସ୍ତରୀୟ କିକ୍ ବକ୍ସିଂ ଆସୋସିଏସନ୍ ର ମିଳିତ ଆନକୂଲ୍ୟରେ କିକ୍ ବକ୍ସିଂ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଏହି ମେଗା କ୍ରୀଡ଼ା ପ୍ରତଯୋଗିତାରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ପ୍ରଥମ ସ୍ଥାନ ଅଧିକାର କରି ୪୮ ଟି ସ୍ୱର୍ଣ୍ଣ ପଦକ,୧୨ ରୌପ୍ୟ ପଦକ,୧୬ କାଂସ୍ୟ ପଦକ ପାଇ ପ୍ରଥମ ସ୍ଥାନ ଅଧିକାର କରି ଟିମ୍ ଚାମ୍ପିଅନ ହୋଇଛି।ଏହି ପ୍ରତିଯୋଗିତା ରାଜ୍ୟର ୨୪ ଜିଲ୍ଳା ଓ ୨ଟି ପ୍ରତିଷ୍ଠିତ ଏକାଡେମୀ ରୁ ୫୬୦ରୁ ଅଧିକ ପ୍ରତିଯୋଗି ଅଂଶ ଗ୍ରହଣ କରି ଏଥିରେ ନିଜ କ୍ରୀଡ଼ା ର ନୈପୂର୍ଣ୍ଣ ପ୍ରଦର୍ଶନ କରିଥିଲେ।ଏହି ଚାମ୍ପିଅନସିପ ରେ ୨୨ ଜଣ ଝିଅ,୨୦ ଜଣ ପୁଅ ସହ ୨ ଜଣ ଅଧିକାରୀ ତଥା ସବ୍ – ଜୁନିଅର, ଜୁନିଅର, ସିନିୟର୍, କୋଚ୍ ମ୍ୟାନେଜର ଭାବରେ ଅଂଶ୍ରହଣ କରିଥିଲେ।ଏହି ଚାମ୍ପିଅନସିପ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ଆଗାମୀ ଦିନରେ ଜାତୀୟ ସ୍ତରୀୟ କିକ୍ ବକ୍ସିଂ ପ୍ରତଯୋଗିତାରେ ଓଡ଼ିଶା କୁ ପ୍ରତିନିତିତ୍ଵ କରିବେ ।ଖୁସି ର ବିଷୟ ଜିଲ୍ଲା ର ୪୨ ଜଣ ସମସ୍ତ ଖେଳାଳି ଏଥି ପାଇଁ ମନୋନୀତ ହୋଇଛନ୍ତି।ଏହି ସଫଳତା ପାଇଁ ସମସ୍ତ ଖେଳାଳି ମାନେ କଠିନ ପରିଶ୍ରମ କରିଥିଲେ ।ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ର ଜିଲ୍ଲା ପାଳ ଆଶିଷ କୁମାର ପଟେଲ, ଏ. ଡି. ମ୍ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଦୟାନିଧି ପାତ୍ର ଅର୍ମେଚର୍ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି କାର୍ତ୍ତୀକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ସନ୍ତୋଷ କୁମାର ପରିଡ଼ା, ସମ୍ପାଦିକା କୀର୍ତ୍ତିରାଣୀ ସାହୁ , ଯୁଗ୍ମ ସମ୍ପାଦକ ବାପି ସାମଲ , କୋଷାଧକ୍ଷ ଅରବିନ୍ଦ ବେହେରା ତଥା ଜିଲ୍ଲା ର ସମସ୍ତ ସଦସ୍ୟ ମାନେ ଏହି ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।



