ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା
ଅନୁଗୋଳ,୧୪.୦୫ :ଖୁବ୍ ଶୀଘ୍ର ଆରମ୍ଭ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସ ଆଇ ଆର୍ । ଏହି ପରିପ୍ରେକ୍ଷୀରେ ନିମ୍ନ ଲିଖିତ ଅନୁଯାୟୀ ଏହି ଏସ ଆଇ ଆର୍ ପ୍ରକ୍ରିୟା ଅନୁଷ୍ଠିତ ହେବ। ଯେପରିକି ୨୦ ମଇ ରୁ ୨୯ ମଇ ୨୦୨୬ ମଧ୍ୟରେ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ଅନୁଷ୍ଠିତ ହେବ। ସେହିଭଳି ୩୦ ମଇ ରୁ ୨୮ ଜୁନ୍ ୨୦୨୬ ମଧ୍ୟରେ ବୁଥ ସ୍ତରୀୟ ଅଧିକାରୀ ବା ବି.ଏଲ.ଓ ମାନେ ଘରକୁ ଘର ପରିଦର୍ଶନ କରିବେ ଏବଂ ଫର୍ମ ବଣ୍ଟନ କରିବେ। ୫ ଜୁଲାଇ ୨୦୨୬ ରେ ଖସଡ଼ା ଭୋଟର ତାଲିକା ପ୍ରକାଶ କରାଯିବ (Publication of Draft Electrol Roll ) । ସେହିଭଳି ଖସଡ଼ା ଭୋଟର ତାଲିକା ପ୍ରକାଶ ପରେ ୫ ଜୁଲାଇ ରୁ ୪ ଅଗଷ୍ଟ ୨୦୨୬ ସମୟସୀମା ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରାଯିବ। ସେହିପରି କରାଯାଇଥିବା ଦାବି କିମ୍ବା ଆପତ୍ତି ନିମନ୍ତେ ୫ ଜୁଲାଇ ରୁ ୨ ସେପ୍ଟେମ୍ବର ୨୦୨୬ ମଧ୍ୟରେ
ନୋଟିସ ପ୍ରଦାନ ତଥା ଦାବି ଓ ଆପତ୍ତି ଗୁଡ଼ିକ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ଏବଂ ୬ ସେପ୍ଟେମ୍ବର ୨୦୨୬ ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ। ଏହି ସମ୍ପର୍କରେ ଅଧିକ ସୂଚନା ନିମନ୍ତେ voters.eci.gov.in କୁ ପରିଦର୍ଶନ କରିପାରିବେ କିମ୍ବା ECINET ଆପ୍ ମଧ୍ୟ ବ୍ୟବହାର କରି ପାରିବେ।



