କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ୩୪ଟିକିଆ ହାତୀ ପଲଙ୍କ ଉତ୍ପାତ୍।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ୍ ରେ ୩୪ଟିକିଆ ହାତୀ ପଲଙ୍କ ଉତ୍ପାତ। କେନ୍ଦୁଝର ଜିଲ୍ଲା ଚମ୍ପୁଆବ୍ଲକ ବାଲିପଶି ଗାଁ ରେ ହାତୀପଲଙ୍କ ଦ୍ବାରା ବ୍ୟାପକ କ୍ଷୟକ୍ଷତି। ଗାଁ ରେ ଗୋଟିଏ ଘରଭାଙ୍ଗି ଘର ଭିତରୁ ହାତୀପଲ ଧାନ ଚାଉଳ ଖାଇଯାଇଥିବା ନେଇ ସୂଚନା। ଗତରାତି ୩୫ ଟିକିଆ ହାତୀପଲ ଉଖୁଣ୍ଡା ସେକ୍ସନର ଝାଲିଆବେଡା ଜଙ୍ଗଲରୁ ବାହାରି ମାଳିପଶି, ପଡୁଆ, ରାଉତରାପୁର ଗ୍ରାମ ମଧ୍ୟ ଦେଇ ବାଲିପଶି ଗ୍ରାମରେ ପଶିଥିଲେ। ମଧ୍ୟ ରାତ୍ରିରେ ଗ୍ରାମର ଲାଲମୋହନ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିବା ବେଳେ ସେ ଘର ଭିତରେ ଥିବା ଧାନ ଚାଉଳ ଖାଇ ଯାଇଛନ୍ତି। ଗ୍ରାମ ବାସୀ ଏକତ୍ରିତ ହୋଇ ହାତୀ ପଲଙ୍କୁ ଘଉଡାଇଥିଲେ। ସେଠାରୁ ଫେରି ହାତୀ ପଲ ପଡୁଆ ଗ୍ରାମରେ ଜଣକ ଘର ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ତେବେ ବନ ବିଭାଗ ଓ ଗ୍ରାମବାସୀ ହାତୀଙ୍କୁ ଘଉଡେଇବାରୁ ଘର ଭାଙ୍ଗି ପାରିନଥିଲେ ତେବେ ଘରର କବାଟ ଭାଙ୍ଗି ଦେଇଛନ୍ତି।। ରାତିସାରା ପଡୁଆ,ବାଲିପଶି ଗ୍ରାମରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଥିବା ନେଇ ସୂଚନା। ଆଜି ସକାଳୁ ହାତୀପଲ ଦୁଇଭାଗ ହୋଇ ଯାଇଛନ୍ତି । ଗୋଟିଏ ଭାଗରେ ୩୧ଟି ହାତୀ ଥିବାବେଳେ ସେମାନେ ବରପଦା ଜଙ୍ଗଲକୁ ଚାଲିଯାଇଥିବା ବେଳେ ଅନ୍ୟ ତିନୋଟି ହାତୀ ଜାଲି ଜଙ୍ଗଲରେ ଥିବା ନେଇ ବନ ବିଭାଗ ବିଭାଗ ପକ୍ଷରୁ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




