ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶିତ
ତାଳଚେର, ୧୫/୦୫ ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ର ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ପରୀକ୍ଷାଫଳ ୨୦୨୫-୨୦୨୬ ଶିକ୍ଷାବର୍ଷ ନିମନ୍ତେ ପ୍ରକାଶିତ । ଅଧ୍ଯକ୍ଷ ମେଜର ସୁବ୍ରତ କୁମାର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥ୍ ରୂପେ ଶ୍ରୀଯୁକ୍ତ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଜିଲ୍ଲାପାଳ, ଅନୁଗୋଳ ତଥା ସଭାପତି, ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ଯୋଗ ଦେଇ ପରୀକ୍ଷାଫଳକୁ ଉନ୍ମୋଚନ କରିଥିଲେ । ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ଡ. ସରୋଜ କୁମାର ରଥ ପରୀକ୍ଷାଫଳ ସମ୍ପର୍କିତ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ପରୀକ୍ଷା ନିୟନ୍ତ୍ରକ କାର୍ଯ୍ୟାଳୟର ଉପଦେଷ୍ଟା ତଥା ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ସାମଲ ଉପସ୍ଥିତ ଥିଲେ । ସ୍ନାତକ ପରୀକ୍ଷାରେ କୃତି ଛାତ୍ରଛାତ୍ରୀ ମାନଙ୍କର ମୋଟ ପାସହାର ୯୬.୧୦ ପ୍ରତିଶତ ରହିଥିବା ବେଳେ ଛାତ୍ରୀମାନେ ଛାତ୍ର ମାନଙ୍କଠାରୁ ଆଗରେ ରହିଛନ୍ତି । ବିଜ୍ଞାନ ବିଭାଗରେ ପାସହାର ସର୍ବାଧିକ ୯୭.୫ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟ ଓ କଳା ବିଭାଗରେ ପାସହାର ଯଥାକ୍ରମେ ୯୬.୧୦ ଓ ୯୫.୭୦ ପ୍ରତିଶତ ଅଟେ । ବିଜ୍ଞାନ ବିଭାଗର ଭୂତତ୍ତ୍ୱ ବିଜ୍ଞାନ ସମ୍ମାନ ବିଭାଗର ଛାତ୍ରୀ ମୋନାଲିସା ବେହେରା ସର୍ବାଧିକ ନମ୍ବର ରଖ୍ ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି । ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ହେଲେ ଅମୃତା ଭୁକ୍ତା, (ଶିକ୍ଷା) ଲୋପାମୁଦ୍ରା ପ୍ରିୟଦର୍ଶିନୀ, (ଓଡିଆ) ରେଶ୍ମା ସାମଲ, (ଦର୍ଶନ ଶାସ୍ତ୍ର) ଶୁଭାଶ୍ରୀ (ନୃତତ୍ତ୍ୱ ବିଭାଗ) ଦିକ୍ଷିପ୍ତା ପ୍ରିୟରଞ୍ଜନ ବାଘା, (ଅର୍ଥନୀତି) (ଇଂରାଜୀ) ସୂର୍ଯ୍ୟାଶୀ ଜେନା, (ଇତିହାସ) ଶିଳ୍ପୀ ସାହୁ, ବେହେରା, (ରାଜନୀତି ବିଜ୍ଞାନ) ସ୍ବାତିକା ସୁଭଦର୍ଶିନୀ ସାହୁ, (ସଂସ୍କୃତ) ସ୍ମୃତିମୟୀ ବେହେରା, (ଉଭିଦ ବିଜ୍ଞାନ) ସୁନୟନା ବିଲାଶ, (ରସାୟନ ବିଜ୍ଞାନ) ତୃପ୍ତିମୟୀ ପ୍ରଧାନ, (ଭୁତତ୍ତ୍ବ ବିଜ୍ଞାନ) ଶିଳ୍ପୀ ସୁନନ୍ଦିତା ସାହୁ, (ଗଣିତ) ସତ୍ୟବ୍ରତ ସାହୁ, (ପଦାର୍ଥ ବିଜ୍ଞାନ) ଶ୍ୱେତପଦ୍ମା ସାହୁ, (ପ୍ରାଣୀ ବିଜ୍ଞାନ) କଳ୍ପନା ବେହେରା, (ବାଣିଜ୍ୟ) ପ୍ରୀତିପର୍ଣ୍ଣା ସାହୁ। ସ୍ନାତକୋତ୍ତରରେ କୃତି ଛାତ୍ରଛାତ୍ରୀ ମାନଙ୍କର ମୋଟ ପାସହାର ୧୦୦ (ଶତ) ପ୍ରତିଶତ । ଆକାଶ ପାଣି ସର୍ବାଧିକ ନମ୍ବର ରଖ୍ କୃତି ଛାତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଉତ୍ସବରେ ଦିପାଂଶୁ ଶେଖର ସାହୁ ଓ ରଶ୍ମିକାନ୍ତ ବାରିକ ଯୋଗ ଦେଇଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କର ମୋଟ ପାସହାର ୧୦୦ (ଶତ) ପ୍ରତିଶତ । ଆକାଶ ପାଣି ସର୍ବାଧିକ ନମ୍ବର ରଖ୍ କୃତି ଛାତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଉତ୍ସବରେ ଦିପାଂଶୁ ଶେଖର ସାହୁ ଓ ରଶ୍ମିକାନ୍ତ ବାରିକ ଯୋଗ ଦେଇଥିଲେ ।



