ଆଶାଢ଼ରେ ନଦୀ ଶୁଖିଲା : ଚିନ୍ତାରେ ଚାଷୀ
ତାଳଚେର, ୦୨/୦୭ ଆଶାଢ଼ରେ ଶୁଖିଲା ପଡ଼ିଛି ପ୍ରାୟ ସବୁ ନଦୀ, ନାଳ, କେନାଲ । ବର୍ଷା ଦିନରେ ନଦୀର ନିସ୍ତେଜ ଅବସ୍ଥା ଆଖି ବୁଲାଇଲେ ଦିଶୁଛି ଖାଲି ବାଲି ଆଉ ବାଲି । ରଥଯାତ୍ରା ଆଉ କମ ଦିନ ରହିଥିବା ବେଳେ ପୂର୍ବରୁ ଚାଷୀମାନେ ରୁଆ, ବିହିଡ଼ା ସାରି ରଥଯାତ୍ରା ଦେଖିବାକୁ ଯାଇଥାନ୍ତି ସେଥିପାଇଁ ରଥଯାତ୍ରାର ମହତ ବିଶେଷ ରହିଛି । ପୂର୍ବରୁ ଆଶାଢ଼ ମାସରେ ପାଣିପାଗ ଅନୁକୂଳ ରହୁଥିବା ବେଳେ ପ୍ରାୟ ଆଜକୁ ୧୫ରୁ ୨୦ବର୍ଷ ହେବ ଆଉ ସେହି ପରିସ୍ଥିତି ଦେଖିବାକୁ ମିଳୁନାହିଁ । ଏହାର ମୁଖ୍ୟ କାରଣ ହେଲା- ତାଳଚେର ଅଂଚଳରେ ଗଢ଼ିଉଠିଥିବା ମାଳମାଳ ଶିଳ୍ପ, କାରଖାନା ଯୋଗୁଁ ଜଙ୍ଗଲ ଜମି ପଦା କରିବା, ପାଣିମାହାରା ବିଲୁପ୍ତ କରିଦେବା ଯୋଗୁଁ ଆଜି ଏଭଳି ପରିସ୍ଥିତ ଉପୁଜୁଛି ବୋଲି ପରିବେଶ ବିତମାନେ ମତପ୍ରକାଶ କରୁଛନ୍ତି । ଆଶାଢ଼ମାସରେ ନଦୀ ପାଣି ଦୁଇକୂଳ ଖାଉଥିବା ବେଳେ ବର୍ତମାନ ସମୟରେ ବ୍ରାହ୍ମଣୀ ନଦୀକୁ ଅବଲୋକନ କଲେ କେବଳ ବାଲି ହିଁ ବାଲି ଦେଖାଯାଇଥାଏ । କେନାଲ କଥା ପଚାରେ କିଏ? ଆଜକୁ ପ୍ରାୟ ୨ମାସ ହେବ ଜୈନିକ ଠିକାଦାର ଧରମପୁର ପଂଚାୟତ ଜନ୍ଦାବାହାଳ ଠାରେ କୌଣସି କାର୍ଯ୍ୟପାଇଁ ପାଣିକୁ ଅଟକାଇ ଦେଥିବାରୁ ସେହି ଅଂଚଳର କେନାଲ ଉପରେ ନିର୍ଭର କରୁଥିବା ଛୋଟବଡ଼ ଚାଷୀ ମୁଣ୍ଡରେ ହାତଦେବା ସହିତ ଉକ୍ତ କେନାଲ ଉଭୟପାଶ୍ୱର୍ରେ ରହିଥିବା ବସ୍ତିବାସୀନ୍ଦାମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ଚାଷୀମାନେ ବର୍ତମାନ ସୁଦ୍ଧା ବର୍ଷା ଅଭାବରୁ ରୁଆ, ବିହିଡ଼ା କାର୍ଯ୍ୟ କିଚଇ କରିପାରୁନଥିବାରୁ ଚିନ୍ତାରେ ଏବେ ଚାଷୀ ଓ ଏଭଳି ପରିସ୍ଥିତି ଲାଗି ରହିଲେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଆଜକୁ ଦୁଇଦିନ ହେବ ତାଳଚେର ଅଂଚଳରେ ହାଲୁକା ବର୍ଷା ଯୋଗୁଁ ଚାଷୀକୂଳ ଚାଷକାର୍ଯ୍ୟପାଇଁ ଅଂଟା ଭିଡ଼ିଥିଲେ ମଧ୍ୟ ବିଲରେ ପାଣି ପର୍ଯ୍ୟାପ୍ତ ପରିମାଣରେ ହେଉନଥିବା ରୁ ଚାଷୀ ହଳଲଙ୍ଗଳ ଧରି ଘରକୁ ଫେରୁଥିବା ଦେଖାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ପାଲହଡ଼ା ବିଧାୟକ ହ୍ୟୁମାନ ରାଇଟ କମିଶନଙ୍କ ନିକଟରେ ଏହି ସଂକ୍ରାନ୍ତରେ ଏକ ମକଦ୍ଦମା ରୁଜୁ କରିଥିଲେ, ତାର ଉତରରେ ତୁରନ୍ତ ଜିଲ୍ଳାପାଳ ହସ୍ତକ୍ଷେପ କରି ପ୍ରତ୍ୟେକ ଗ୍ରାମାଚଂଳ ଗୁଡ଼ିକ ବୃକ୍ଷରୋପଣ ସହ ବଡ଼ବଡ଼ ପୋଖରୀ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ତୁରନ୍ତ ଜିଲ୍ଳାପାଳ ଏହାକୁ ଅନୁଧ୍ୟାନ କରି ପ୍ରତ୍ୟେକ ଗ୍ରାମାଚଂଳରେ ବଡ଼ବଡ଼ ପୋଖରୀ ସହ ବୃକ୍ଷରୋପଣ କରି ସବୁଜ ବଳୟ ସୃଷ୍ଟି କରି ପୂର୍ବ ଅବସ୍ଥାକୁ ଫେରିବା ଆଣିବା ନେଇ ପରିବେଶବିତ୍ ମାନେ ଦାବି କରିଛନ୍ତି ।

July 2, 2026/
No Comments


