ତୈଳସଙ୍କଟ ବୃଦ୍ଧିକୁ ନେଇ ଅସାଧୁ ଟାଙ୍କିମାଲିକଙ୍କ ବଢ଼ୁଛି ଉତ୍ସାହଟାଙ୍କି ଗୁଡ଼ିକରେ ପ୍ରବଳଭିଡ଼
ତାଳଚେର, ୧୬/୦୫ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତୈଳ ମହଜୁଦ ରହିଥିବା କହୁଥିବା ବେଳେ ଏପଟେ ତାଳଚେର ଅଂଚଳରେ ରହିଥିବା ସମସ୍ତ ଟାଙ୍କି ଗୁଡ଼ିକରେ ଗ୍ରାହକମାନଙ୍କର ଲମ୍ବାଧାଡ଼ି ଲାଗି ରହିଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ପ୍ରେଟ୍ରୋଲ ଦର ଲିଟର ପ୍ରତି ୩.୩୯ପଇସା ବୃଦ୍ଧି କରିଥିବା ବେଳେ ଡ଼ିଜେଲ ୩.୨୩ ପଇସା ବୃଦ୍ଧି କରିଛନ୍ତିି । ତଥାପି ଯୋଗାଣମନ୍ତ୍ରୀ କହିବା ଅନୁଯାୟୀ ତୈଳ ସାମଗ୍ରୀ ଯଦି ଗଚ୍ଛିତ ରହିଛି ତେବେ ଟାଙ୍କି ଗୁଡ଼ିକରେ କାହିଁକି ଶହଶହ ଗାଡ଼ିମଟର ଲମ୍ବାଲାଇନ୍ କରି ୪୨ଡ଼ିଗ୍ରୀ ଖରାରେ ଅପେକ୍ଷା କରୁଛନ୍ତି ତାହାକୁ ନେଇ ଗ୍ରାହକମନରେ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇବାରେ ଲାଗିଛି । ପ୍ରାଶାସନିକ ସ୍ତରରେ କେଉଁ ଗାଡ଼ିକୁ କେତେ ତେଲ ଦିଆଯିବ ନିୟମ କରାଯାଇ ନଥିବା ବେଳେ ଆଜି ତାଳଚେର ବାଙ୍କଧରା ଛକ ପେଟ୍ରୋଲ ପମ୍ପରେ ବାଇକକୁ ଶହେ ଟଙ୍କା ଲେଖାଏଁ ଓ ଟ୍ରକକୁ ୨୫ରୁ ୪୦ଲିଟର ତେଲ ଦେଉଥିବା ବେଳେ ଗ୍ରାହକମାନେ ଅସନ୍ତୁଷ୍ଟ ହେବା ସହିତ ବାଙ୍କଧରା ଛକଟି ଏପରିକି ୧୪୯ ନଂ ଜାତୀୟ ରାଜପଥ ଜାମ ରହିଥିବା ଅଭିଯୋଗ ହୋଇଥିଲା । ଏହି ଖବର ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ ଜାଣିବାପରେ ସେ ତୁରନ୍ତ ତାଳଚେରଥାନାକୁ ଜଣାଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ପଂହଚି ତୁରନ୍ତ ପରିସ୍ଥିତିକୁ ଏଡ଼ାଇବାକୁ ଚେଷ୍ଟା କରି ସଫଳ ମଧ୍ୟ ହୋଇଥିଲେ । ସେହିପରି ଅନ୍ୟ ଟାଙ୍କି ଗୁଡ଼ିକ ମଧ୍ୟ ଏକା ଅବସ୍ଥା । ତତ୍ ମଧ୍ୟରୁ କିଛି ଟାଙ୍କିରେ ତେଲ ନଥିବାରୁ ଟାଙ୍କିକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ଶୁଣିବାକୁ ମିଳିଛି । ତାଳଚେର ସହର ସମେତ ଏହାର ଆଖାପାଖ ଅଂଚଳରେ ୧୬ଟି ତେଲଟାଙ୍କି ରହିଛି । ପୂର୍ବରୁ ଏହି ଟାଙ୍କି ଗୁଡ଼ିକରୁ ଦୈନିକ ପେଟ୍ରୋଲ ଅପେକ୍ଷା ଡ଼ିଜେଲ ଅଧିକ ବିକ୍ରି ହୋଇଥାଏ । କାରଣ ତାଳଚେର ଏକ ଖଣିିଖାଦାନ ଅଂଚଳ ହୋଇଥିବାରୁ ଏଠାରୁ ଦୈନିକ ଶହଶହ ଭାରୀଯାନ ଚଳାଚଳ କରିଥାଏ । ମାତ୍ର ତୈଳ ସଙ୍କଟ ଦେକାଦେବା ଯୋଗୁଁ ଟ୍ରକ, ବସ୍, ଆମ୍ବୁଲାନ୍ସ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ତେଣୁ ଏଥିପ୍ରତି ସ୍ଥାନୀୟ ଯୋଗାଣ ବିଭାଗ ଯତ୍ନବାନ ନରହିଲେ ତୈଳସଙ୍କଟ ବୃଦ୍ଧିକୁ ନେଇ କେତେକ ଅସାଧୁ ଟାଙ୍କିମାଲିକମାନେ ଲାଭଖୋର ମନୋଭାବ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି କି ଡ଼ିପୋରୁ ଅଳ୍ପସଂଖ୍ୟକ ତେଲ ଦେଉଥିବାରୁ ଏହିପରି ଅଚଳ ଅବସ୍ଥା ସୃଷ୍ଟି କରିଛି । ତେଣୁ ଏହାର ପ୍ରତିକାର ନକଲେ ଆଗାମୀ ଦିନରେ ଗ୍ରାହକମାନେ ଅଧିକ ଅସନ୍ତୋଷ ହେବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତକରି ବିଧି ବ୍ୟବସ୍ଥା ନକରାଗଲେ ଆଗାମୀ ଦିନରେ ଏହାକୁ ନେଇ ଜନଅସନ୍ତୋଷକୁ ଏଡ଼ାଇ ଦିଆଯାଇନପାରେ ।



