କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଲେ ବଡ଼ବିଲ ପୌରାଞ୍ଚଳର କିକ୍ ବକ୍ସିଙ୍ଗ ଖେଳାଳି।

କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଲେ ବଡ଼ବିଲ ପୌରାଞ୍ଚଳ ର କିକ୍ ବକ୍ସିଂ ଖେଳାଳି । କେନ୍ଦୁଝର ଜିଲ୍ଲା ତଥା ବଡ଼ବିଲ ପାଇଁ ସୁନାମ ଆଣିଲେ ୱାକୋ ଖେଳାଳି l ସେମାନେ ବଡ଼ବିଲ ଅଞ୍ଚଳରେ ପହଞ୍ଚିବାପରେ ତାଙ୍କୁ ସମ୍ବର୍ଦ୍ଧନା ଜଣେଇଲେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଓବିସିମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦ୍ରଗୁପ୍ତ ପ୍ରସାଦ lଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଥିବା ଅଲ ଓଡିଶା କିକ ବକ୍ସିଙ୍ଗ କାମ୍ପିୟାନସିପ ରେ ଭାଗ ନେଇଥିବା କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲର ଖେଳାଳି ଙ୍କୁ ମିଳିଛି ଅପୂର୍ବ ସଫଳତା, ଏହି ରଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ମୋଟ୍ ୨୩ଜଣ ଅଂଶଗ୍ରହଣ କରି ମୋଟ୍ ଉପରେ ୪୪ଟି ପଦକ ଜିତିଥିବା ନେଇ ସୂଚନା। ସେଥି ମଧ୍ୟରୁ ୨୮ଟି ସ୍ଵର୍ଣ୍ଣ ୫ଟି ରୋପ୍ୟ ୧୧ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ଖେଳାଳି ମାନଙ୍କ ପାଇଁ ସମଗ୍ର କେନ୍ଦୁଝର ଜିଲ୍ଲା ସହ ବଡ଼ବିଲ ଯୋଡ଼ା ଅଞ୍ଚଳ ଗୌରବାନିତ ହୋଇଛି। ଏହି ଅବସରରେ ଆଜି କ୍ରୀଡ଼ାବିତ ଓ କୋଚଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇବା ସହ ତାଙ୍କର ଉତ୍ତରତର ମଙ୍ଗଳ କାମନା କରିଥିଲେ ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦ୍ରଗୁପ୍ତ ପ୍ରସାଦ l
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



