ଜାତୀୟ ରାଜପଥରେ ବେଆଇନ ପାର୍କିଂ : ବଢ଼ୁଛି ଦୁର୍ଘଟଣା
ତାଳଚେର, ୧୭/ ୦୫ ଖଣି ଖାଦାନ ପୂର୍ଣ୍ଣ ତାଳଚେରରେ ବେଆଇନ୍ ଗାଡ଼ି ପାକିଂଯୋଗୁଁ ଦୁର୍ଘଟଣା ବଢ଼ି ଚାଲିଛି । ଧନଜୀବନ ହାନି ଘଟୁଛି । ପ୍ରଶାସନ ଏନେଇ ନିରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତାଳଚେର ବାଙ୍କଧରା କୋଲକରିଡ଼ର୍ ରାସ୍ତାଠାରୁ ବଅଁରପାଳ ଦେଇଯାଇଥିବା ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍ରେ ବେଆଇନ୍ ଭାବେ ଭାରଯାନ ଗୁଡ଼ିକ ଦୀର୍ଘ ସମୟଧରି ଛିଡ଼ା କରାଯାଉଥିବା ଅଭିଯୋଗ ହେଉଛି । ଏଥିଯୋଗୁଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । କେବଳ ସେତିକ ନୁହେଁ । ୧୪୯ ନମ୍ବର ଜାତୀୟ ରାଜପଥରେ ଉଭୟପାଶ୍ୱର୍ରେ ଥିବା ପେଟ୍ରୋଲପମ୍ପ ନିକଟରେ ଅନେକ ଗାଡ଼ି ରାସ୍ତାରେ ଛିଡ଼ା ହେଉଛି । ଫଳରେ ରାଜପଥର ଅଧାରୁ ଅଧିକ ଅବରୋଧ ହେଉଥିବା ଦେଖାଯାଇଛି । ଜାତୀୟ ରାଜପଥରେ କୋଇଲା, ଲୁହା, ବାଲି, ଇଟା ବୋଝେଇ ଟ୍ରକ ଚଳାଚଳ କରୁଥିବା ବେଳେ ଜାତୀୟ ରାଜପଥଟି ସଙ୍କିର୍ଣ୍ଣ ଓ ଉଭୟପାଶ୍ୱର୍ ଖାଲଖମା ହୋଇଥିବାରୁ ଜନସାଧାରଣ ଯିବାଆସିବା କରିବା କଷ୍ଟକର ହୋଇପଡ଼ୁଛି । ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର ଜୀବନ ହାନୀ ହେଲେ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ କ୍ଷତିପୂରଣ ବାବଦରେ କିଛି ଟଙ୍କା ମିଳୁଛି । ଏହି କ୍ଷତିପୂରଣ ରାଶି କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କର ବିକଳ୍ପ ହୋଇ ନଥିବାରୁ ପରିବାର ଦୁର୍ଦ୍ଦଶା ଭିତରେ କାଳ କାଟୁଛନ୍ତି । ବଡ ଼ବଡ଼ିଆମାନେ କେବଳ ସାନ୍ତ୍ୱନା ଦେଇ ଦାୟୀତ୍ୱ ସାରି ଦେଉଛନ୍ତି । ସମସ୍ୟାର ସ୍ଥାୟୀ ପ୍ରତିକ୍ରିୟା ପାଇଁ କିଛିି ପଦକ୍ଷେପ ନିଆଯାଉନଥିବାରୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏପରି ସ୍ଥିତିରେ ନୋଏଂଟ୍ରି ନିୟମର କାର୍ଯ୍ୟକାରୀତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ସମସ୍ୟାର ପ୍ରତିକାର କରାନଗଲେ ତାଳଚେରରେ ଜନଆନ୍ଦୋଳନର ଦାନାବନ୍ଧିବାକୁ ଆଶଙ୍କା ପ୍ରକୋଟ ହେଲାଣି । ତେଣୁ ୧୪୯ନଂ ଜାତୀୟ ରାଜପଥକୁ ପ୍ରଶସ୍ତିକରଣ କରାଯାଇ ଜନସ୍ୱାର୍ଥରେ ଉତ୍ସର୍ଗୀକୃତ କରାଗଲେ ତାଳଚେର ଅଂଚଳବାସୀ ଏହାର ସୁଫଳ ପାଇବା ସହିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରେ ବୋଲି ବୁଦ୍ଧିଜିବୀମାନେ ପ୍ରକାଶ କରୁଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-4-scaled.jpg)
