ବଡ଼ବିଲ ପୋଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ୧୨ଜଣକୁ ଅଟକ ରଖି ତାଗିଦ୍ କରି ଛାଡ଼ିଲା।
କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ, ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୋଲିସ୍ ପକ୍ଷରୁ ଏକ ସ୍ଵତନ୍ତ୍ର ଅଭିଯାନ ଚଳାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବଡ଼ବିଲ ପୋଲିସ୍ ପ୍ରଥମ ଦିନରେ ବିଭିନ୍ନ ନିଛାଟିଆ ସ୍ଥାନ ଓ ସାର୍ବଜନୀନ ସ୍ଥାନରେ ଚଢ଼ାଉକରି ମଦ୍ୟପାନ କରୁଥିବା ୧୨ଜଣକୁ ପୋଲିସ୍ କାବୁକରି ଥାନାକୁ ଆଣି ବସାଇବାପରେ ସେମାନଙ୍କ ଅଭିଭାବକ ମାନଙ୍କୁ ଡ଼ାକି କଡ଼ା ତାଗିଦ୍ କରିବା ପରେ ଛାଡିଥିବା ନେଇ ସୂଚନା। ଯାହାକି ସୂଚନା ରହିଛି ଏପରି ଖୁଲମ୍ ଖୁଲା ମଦ୍ୟପାନ କରିବା ଦ୍ୱାରା ସମାଜରେ ଶାନ୍ତି ଶୃଙ୍ଖଳା ବାଧାପ୍ରାପ୍ତ ହେବା ସହ ସାଧାରଣ ଜନତାଙ୍କ ପ୍ରତି ଘୋର ବିପଦ ସୃଷ୍ଟିହୁଏ । ଏବଂ ଯେପରି ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଏହି ଅଟକ ଯୁବକ ଓ ବ୍ୟକ୍ତି ବିଶେଷଙ୍କୁ ବଡ଼ବିଲ ପୋଲିସ୍ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଓ ଆଗାମୀ ଦିନରେ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



