ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନାକରି ବସ୍ କୁ ଧକ୍କାଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ି ଚାଳକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି।କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ଯୋଡ଼ା ପୌରାଞ୍ଚଳର ଡିଏଭି ଛକ ନିକଟରେ ଯୋଡ଼ାରୁ ଝାଡ଼ଖଣ୍ଡ ଚକ୍ରଧରପୁର ଯାଉଥିବା ଏକ ଘୋରଇ ବସ୍ ନିହାରିକାକୁ ଧକ୍କାଦେଲା ଟ୍ରକ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଆଜି ଯୋଡ଼ାରୁ ଚକ୍ରଧରପୁର ଯାଉଥିବା ଯାତ୍ରୀବାହୀ ବସ୍ ନିହାରିକା ବସକୁ ଡିଏଭି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ OD 09V 7553 ନମ୍ବର୍ ବିଶିଷ୍ଟ ହାଇୱା ଧକ୍କା ଦେଇ ଥିଲା। ତେବେ ବସ୍ ରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ କାହାରି କିଛି କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା। ଅନ୍ୟପଟେ ବସ୍ କୁ ଧକ୍କା ଦେଇ ହାଇୱା ଟି ଘଟଣା ସ୍ଥଳରୁ ଫେରାର ହେଉଥିବା ବେଳେ ଲୋକେ ତାକୁ ଅଟକାଇ ଥିଲେ l କିଛି ସମୟ ଉକ୍ତ ରାସ୍ତାରେ ଯାନବାହନ ଅଟକି ଥିବା ବେଳେ ଦୁହିଁଙ୍କ ମାଧ୍ୟରେ ଯୁକ୍ତି ତର୍କ ହୋଇଥିବା ଦେଖା ଯାଇଥିଲା l ଦୁର୍ଘଟଣା ଘଟାଇ ଥିବା ଟ୍ରକ ମାଲିକ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ପରେ ଯାନ ବାହନ ଚଳା ଚଳ ହୋଇଥିଲା l ତେବେ ଟ୍ରକ ଚାଳକ ଟ୍ରାଫିକ ନିୟମ ଉଲଘଂନ କରିବା ସହ ବେପାରୁଆ ଭାବେ ଗାଡି ଚାଳନା କରୁଥିବା ଯୋଗୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ନଜିର ରହିଛି l ସେହିପରି କିଛିଦିନ ପୂର୍ବରୁ ୫୨୦ ନମ୍ବର ଜାତୀୟ ରାଜପଥର ଯୋଡ଼ା କଳାପାହାଡ଼ ନିକଟରେ ଭୁବେନେଶ୍ୱର ରୁ ଯୋଡ଼ା ଆସୁଥିବା ଏକ ଘରୋଇ ବସକୁ ଏକ ଟ୍ରଲର ଧକ୍କା ଦେଇଥିଲା l ତେବେ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ନେଇ ସାଧାରଣରେ ଘୋର୍ ଅସନ୍ତୋଷ ଦେଖାଦେବା ସହ ଏପରି ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଉଥିବା ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଏପରି ଚାଳକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏମାନଙ୍କ ମଧ୍ୟରେ ଖାମଖିଆଲି ମନୋଭାବ ବୃଦ୍ଧି ପାଉଛି ଓ ଏପରି ଦୁର୍ଘଟଣା ବାରମ୍ବାର ସାମ୍ନାକୁ ଆସୁଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



