
ଢେଙ୍କାନାଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କୁରୁଣ୍ଟିଠାରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
- ପ୍ରକଳ୍ପ ଉଦଘାଟନ କଲେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି
- କମ୍ୟୁନିଟି ସେଣ୍ଟର, କଂକ୍ରିଟ ରାସ୍ତା, ହାଇମାଷ୍ଟ ଟାୱାର ଉଦଘାଟିତ
ମେରାମଣ୍ଡଳୀ, ୧୯/୦୫/୨୦୨୬- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ଏହି ପରୀପ୍ରେକ୍ଷୀରେ କୁରୁଣ୍ଟିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିର୍ମିତ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଶିବପୁର ସରପଞ୍ଚ ମାନସ ମହାକୁଡ଼, କୁଶୁପଙ୍ଗା ସରପଞ୍ଚ ଅନିତା ନାୟକ, ଟାଟା ଷ୍ଟିଲ ମେରାମଣ୍ଡଳୀ କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା, ଟିଏସ୍ଏଫ୍ କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ହେଡ୍, ଦେବଞ୍ଜନ ମୁଖାର୍ଜୀ, ଟିଏସ୍ଏଫ୍ ମେରାମଣ୍ଡଳୀ ଲିଡ୍ ଇନଫ୍ରାଷ୍ଟ୍ରକ୍ଚର, ଅନନ୍ତ ପଲ୍ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରମୁଖ ଉପସ୍ଥିତ ଥିଲେ।
କୁଶୁପଙ୍ଗା ପଞ୍ଚାୟତ ଅଧୀନ କୁରୁଣ୍ଟି ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟର, କୁରୁଣ୍ଟି ଓ ଶିବପୁରରେ ସିମେଣ୍ଟ କଂକ୍ରିଟ ରାସ୍ତା, ସଞ୍ଜପଡ଼ା ଓ ନୂଆଗାଁ ପଞ୍ଚାୟତ ଅଧୀନରେ ଥିବା ରକଲା ଓ ସରପା ଗ୍ରାମରେ ହାଇମାଷ୍ଟ ଟାୱାର ଲୋକାର୍ପିତ ହୋଇଯାଇଛି। କୁରୁଣ୍ଟି ଗ୍ରାମରେ ସ୍ଥାପିତ ନୂତନ କମ୍ୟୁନିଟି ସେଣ୍ଟର ଯୋଗୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଉପକୃତ ହେବେ।
ଗ୍ରାମାଞ୍ଚଳ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଜରୁରୀକାଳୀନ ସେବାକୁ ସହଜ କରିବା ଲକ୍ଷ୍ୟରେ କୁରୁଣ୍ଟି ଏବଂ ଶିବପୁର-ଓଡ଼଼ପଡ଼ା ଗ୍ରାମରେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି। ଏହାଦ୍ୱାରା ପ୍ରାୟ ୨,୦୦୦ ଜନସାଧାରଣ ଉପକୃତ ହେବେ।
ସେହିପରି ରକଲା ଏବଂ ସରପା ଗ୍ରାମର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ଓ ଛକଗୁଡ଼ିକରେ ହାଇମାଷ୍ଟ ଲାଇଟିଂ ଟାୱାର ପ୍ରତିଷ୍ଠା କରାଯାଇଛି। ଲୋକାର୍ପଣ ପରେ ସମସ୍ତ ଭିତ୍ତିଭୂମିର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଉକ୍ତ ପଞ୍ଚାୟତଗୁଡ଼ିକୁ ହସ୍ତାନ୍ତର କରାଯାଇଛି।
ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ସ୍ଥାନୀୟ ଲୋକ ଏବଂ ଜନପ୍ରତିନିଧିଙ୍କ ସମନ୍ୱୟରେ ପ୍ଲାଣ୍ଟ ପାଶ୍ୱର୍ବର୍ତ୍ତୀ ଗ୍ରାମାଞ୍ଚଳର ଭିତ୍ତିଭୂମି ମଜବୁତ କରିବା ଦିଗରେ ଏହିଭଳି ନିରନ୍ତର ପ୍ରୟାସ ଜାରି ରହିବ।






