
ଅଲ ଓଡ଼ିଶା ସିଡ୍ୟୁଲ୍ କାଷ୍ଟ ଫେଡ୍ରେଶନ ପକ୍ଷରୁ ରାଜ୍ୟ ସ୍ତରୀୟ ବିଶାଲ ରେଲୀ,
କଳାହାଣ୍ଡି /୧୯/୫/୨୬/କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଠାରେ AOSCF ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ଯୁକ୍ତ ଧନୁର୍ଯ୍ୟ ଦୀପ ଙ୍କ ନେତୃତ୍ବରେ ରାଜ୍ୟ ସ୍ତରୀୟ ବିଶାଲ ରେଳୀ ଜେଲଖାନା ଛକ ଠାରୁ ଜିଲ୍ଲା ପାଲ ଙ୍କ କାର୍ଯ୍ୟଳୟ ପ୍ରଯ୍ୟନ୍ତେ ରେଲୀ ଆରମ୍ଭ ହୋଇ ଥିଲା, ରେଳି ପୁର୍ବରୁ ରେଣ୍ଡୋ ମାଝୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ହଜାର ହଜାର ସଂଖ୍ୟାରେ ମହିଳା ଯୁବତୀ ଯୁବକ ବୃଦ୍ଧ ବୃଦ୍ଧା ମହିଳା ମାନେ ରେଲୀ ଆରମ୍ଭ କରି ଜିଲ୍ଲା ପାଲ କାର୍ଯାଳୟ ସମ୍ମୁଖରେ ଥିବା ବାବା ସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ,ଅତିଥି ମାନେ ବିସ୍ତୃତ ଭାବେ ନିଜ ନିଜର ବକ୍ତବ୍ୟ ରଖିଥିଲେ, ରେଲିର ମୁଖ୍ୟ ଉଦେଶ୍ୟ ଥିଲା ଗୋରକ୍ଷକ ନାମରେ ନିରୀହ ବ୍ୟକ୍ତି ମାନଙ୍କୁ ମରଣାନ୍ତକ ଆକ୍ରମଣ କାରୀ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବି, ଦ୍ୱିତୀୟ ରେ ଜଳ ଜଙ୍ଗଲ ଜମି ପରିବେଷ ସୁରକ୍ଷା ପାଇଁ ଆନ୍ଦୋଳନ କାରୀ ମାନେ ଜେଲରେ ଥିବା ଲିଙ୍ଗ ରାଜ ଆଜାଦଓ ସାଥୀ ମାନଙ୍କୁ ନିଶ୍ୱର୍ଥରେ ଖଲାସ କରିବା ଦାବି ନେଇ ହଜାର ହଜାର ସଂଖ୍ୟାରେ ମହିଳା ଯୁବତୀ ଯୁବକ ବୃଦ୍ଧ ବୃଦ୍ଧା ମାନେ ରାଜ ରାସ୍ତାରେ ରେଲୀ କରି ଜିଲ୍ଲାପାଲଙ୍କ ଫାଟକ ସମ୍ମୁଖରେ ଗର୍ଜନ କରି ଥିଲେ, ଓ ଜିଲ୍ଲା ପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ରାଜ୍ୟପାଳଙ୍କୁ ଦାବପତ୍ର ପ୍ରଦାନ କରିଥିଲେ,ଏହି ପରିପ୍ରେକ୍ଷୀରେ ପ୍ରଫୁଲ୍ଲ ସାମନ୍ତରାୟ, ଆଇନଜୀବୀ ନରେନ୍ଦ୍ର ମହାନ୍ତି,, ନିୟମଗିରି ସୁରକ୍ଷା ସମିତି, କୃଷ୍ଟ ସିକାକ,ଖଣ୍ଡୁଆଲ ମାଳି ସୁରକ୍ଷା ସମିତି କାର୍ତ୍ତୀକ ମାଝି, ମାଆ ମାଟି ସୁରକ୍ଷା ସମିତି ନରୀଙ୍ଗି ଦେଇ ମାଝୀ, ସମାଜ ବାଦି ଜନ ପରିଷଦ ଉପେନ୍ଦ୍ର ଦ୍ରାବିଡ, ରାଜ କିଶୋର ଦୂଳରୀ, ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ତେଜ ରାଜ ବେହେରା, ସମ୍ପାଦକ ଶତ୍ରୁଘ୍ନ ନାଏକ, ରଘୁନାଥ ଦୀପ, ବଳରାମ ଦୂର୍ଗା, ଗୋଲାମୁଣ୍ଡା ବ୍ଲକ ରୁ ରାମ କୁମାର ସେନାପତି, ଜନ୍ମ୍ ଜୟ ନାଇକ, ଭୁବନେ ସୁନାନି, ମୁରଲି ବାଗ, ଘନ ଶ୍ୟାମ ବାଗ, ଜୁନାଗଡ ବ୍ଲକ ରୁ ରାଜାରାମ ଦଙ୍ଗରି, ଲଳିତ ବାଗ, ଭାଗିରଥୀ ନାଏକ, ଯଶୋବନ୍ତ ପାଣିଗ୍ରାହୀ, କମେସ ନାଗ, ବେଣୁଧର ସୁନା, ପ୍ରେମ ସାଗର ନାଏକ, ସଞ୍ଜୟ ସୁନା, ସତନାମିସମାଜରାଜ୍ୟ ସଭାପତି କ୍ଷେତ୍ର ମୋହନ ସତନାମି, କଳାହାଣ୍ଡି ଜିଲ୍ଲା ଭୀମ ଆର୍ମି ସଭାପତି ରଶ୍ମି ରଞ୍ଜନ ସୁନା ପ୍ରମୁଖ ଉପସ୍ଥିତ ରେ ଦାବି ପତ୍ର ପ୍ରଦାନ କରା ଯାଇଥିଲା,
କଳାହାଣ୍ଡି ଗୋଲାମୁଣ୍ଡା ରୁକପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁକ




