Spread the love

ରେଙ୍ଗାଳୀ ଦକ୍ଷିଣପାଶ୍ୱର୍ କେନାଲ ହେଉନି ସଫେଇ, ପ୍ରଚୁର ମାତ୍ରାରେ ପ୍ରଦ୍ୟୁଷିତ ଜଳ ନାହିଁ ନାହିଁରେ ଲୋକେ କରୁଛନ୍ତି ବ୍ୟବହାର!


ତାଳଚେର, ୨୩/୦୫ ତାଳଚେର ସହର ମଧ୍ୟଦେଇ ଯାଇଥିବା ଜଳସେଚନ ବିଭାଗର ଦକ୍ଷିଣପାଶ୍ୱର୍ ରେଙ୍ଗାଳୀ ମୁଖ୍ୟ କେନାଲ ଏବେ ପ୍ରଚୁର ମାତ୍ରାରେ ପ୍ରଦ୍ୟୁଷିତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ତାଳଚେର ଉପଖଣ୍ଡର ବିଭିନ୍ନ ଗ୍ରାମ ପାଶ୍ୱର୍ଦେଇ ଯାଇଥିବା ଜଳସେଚନ ବିଭାଗର ଏହି ମୁଖ୍ୟ କେନାଲଟି ଉପରେ ଗ୍ରାମ ଓ ସହରାଚଂଳ ନିକଟବର୍ତୀ ଲୋକମାନେ ନିର୍ଭର କରି ଚଳିଆସୁଛନ୍ତି । ଏବଂ ସହଜରେ ଚାଷୀମାନେ କିପରି ଜଳନେଇ ଚାଷ କାର୍ଯ୍ୟରେ ଲଗାଇ ପରିବେ ତେଣୁ କେନାଲ ଉପରେ ଆଶା, ଭରଷା ଓ ନିର୍ଭରଶୀଳ ହୋଇଥାନ୍ତି । ତେବେ କେନାଲରେ ଅପରିଷ୍କାର ଜଳ, ଅଳିଆ ଆବର୍ଜନା, ଅନାବନା ଗଛ, ଶିଉଳିରେ ପୋତା ପୁରି ପଛିଷଢ଼ି କେନାଲ ପାଣିକୁ ବହୁମାତ୍ରାରେ ପ୍ରଦ୍ୟୁଷିତ କରୁଛି, ଲୋକମାନେ ଏହି ଜଳକୁ ନେଇ ଘରର ବିଭିନ୍ନ କାର୍ଯ୍ୟରେ ଲଗାଉଛନ୍ତି । ଏହି ଜଳରେ ଗାଧୋଇଲେ ଲୋକମାନଙ୍କ ଦେହରେ ଚର୍ମରୋଗ ବ୍ୟାପୁଥିବା କେନାଲ ପାଶ୍ୱର୍ବର୍ତୀ ବାସୀନ୍ଦାମାନେ କହୁଛନ୍ତି । ଜଳକୁ ବ୍ୟବହାର କଲେ ଯାଦୁ, କାଛୁ, କୁଣ୍ଡିଆ, ପାଣିକନ୍ଦା ଏବଂ ଅନ୍ୟାନ୍ୟ ଚର୍ମ ଜନିତ ରୋଗ ବ୍ୟାପୁଛି । ଅଂଚଳ ଜଣେ ବାସୀନ୍ଦାଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କୁହନ୍ତି ଗତ କିଛି ଦିନ ତଳେ ମୋ ଦେହରେ ଏମିତି ଯାଦୁ ହେଲା ପରି ଲକ୍ଷଣ ଦେଖା ଦେଲା ଏବଂ ମୁଁ ଡ଼ାକ୍ତରଙ୍କ ପରାମର୍ଶ ନେବାପରେ ସେ ମୋତେ କେନାଲ ପାଣିରେ ଗାଧେଇବାକୁ ବାରଣ କରିଥିଲେ । ସୂଚନା ମୂତାବକ କେନାଲ ପାଶ୍ୱର୍ରେ ଥିବା ଦୋକାନ ଓ ଘର ଗୁଡ଼ିକର ନିଜର ପ୍ରତିଦିନର ଅଳିଆ ଆବର୍ଜନା, ପାଉଁଶ, ପ୍ଲାଷ୍ଟିକ୍ ବୋତଲ, ନିଶାଡ଼ିମାନେ ମଦ୍ୟପାନ କରି ପଲିଥିନ୍‌, ଗ୍ଲାସ, ମଦବୋତଲ ଇଦ୍ୟାଦି କେନାଲ ଭିତରେ ପକାଉଛନ୍ତି ଓ କୌଣସି କାରଣ ଜନିତ ପଶୁପକ୍ଷୀମାନେ ମୃତାହତ ହୋଇ କେନାଲରେ ପଡ଼ି ପଚିଷଢ଼ି ଦୁର୍ଗନ୍ଧ ହେବାସହ ପାଣିକୁ ପ୍ରଦ୍ୟୁଷିତ କରୁଛି, ଏହାକୁ ବ୍ୟବହାର କଲେ ଚର୍ମରୋଗ ବ୍ୟାପୁଛି ବୋଲି ବାସୀନ୍ଦାମାନେ ଅଭିଯୋଗ କରିଛନ୍ତି । ତେବେ ବିଶେଷ କରି ଆଜକୁ ଦୁଇମାସ ହେବ ଲୋକଙ୍କର ସହାରା ହୋଇଥିବା ରେଙ୍ଗାଳୀ ଦକ୍ଷିଣ ପାଶ୍ୱର୍ କେନାଲଟିରେ ପାଣି ଆସୁନଥିବାରୁ ଏହା ଉପରେ ନିର୍ଭର କରୁଥିବା ଗ୍ରାମାଚଂଳ ଠାରୁ ସହରାଚଂଳ ଏପରିକି ଚାଷୀ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ଯେଉଁ ଗ୍ରାମ ଗୁଡ଼ିକରେ ନଦୀ, ଜଳାଶ୍ରୟ, ପୋଖରୀ, ଯୋଡ଼ ବିଶେଷ ଭାବେ ନାହିଁ ଅଂଚଳବାସୀଙ୍କ ଜଳାଭାବକୁ ଦୂର କରିବା ନେଇ କେନାଲ ମାଧ୍ୟମରେ ବିଭିନ୍ନ ଗ୍ରାମକୁ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି, ତେବେ ଲୋକଙ୍କ ହିତପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏହାର ଦେଖାଶୁଣା ଓ ପରିଷ୍କାର ପରିଚ୍ଛନ୍ନ କରାଯାଉନଥିବା ଯୋଗୁଁ ସରକାରୀ ଯୋଜନା ଗୁଡ଼ିକ ନିର୍ମିତ ହେବା ପର ଠାରୁ ଖତ ଖାଇବା ଆରମ୍ଭ ହେଉଛି ବୋଲି ବିଭିନ୍ନ ମହଲରେ ଶୁଣିବାକୁ ମିଳେ । ଅଂଚଳରେ ଜଳଭାବ ଯୋଗୁଁ ଚାଷବାସ କାର୍ଯ୍ୟ ଚାଷୀଙ୍କ ଦ୍ୱାରା ହୋଇପାରୁ ନାହିଁ ଓ ଏହି କେନାଲରେ ତୁରନ୍ତ ଜଳ ଛଡ଼ା ଯାଉ ବୋଲି ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *