
ଅଜି ତା ୨୬/୦୫/୨୦୨୬ ମଙ୍ଗଳବାର ଦିନ ସଦର ବ୍ଲକ ଅନ୍ତର୍ଗତ ଭାପୁର ଗ୍ରାମ ପଞ୍ଚାୟତର ବଣିଆ ସାହି (ପାଣ ସାହି) ତରଫରୁ ଭାପୁର ଅଶାନ୍ତି ନାଏକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାର ପ୍ରକୃତ ଅଭିଯୁକ୍ତକୁ ଗିରଫ ନକରି ନିର୍ଦ୍ଦୋଷ ସୁକୁଟା ନାଏକ କୁ ଗିରଫ ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଅଛି। ଅଶାନ୍ତି ନାଏକଙ୍କୁ କିଏ ଆକ୍ରମଣ କରିଛି ତାହାର ପ୍ରମାଣ ପୋଲିସ ପାଖରେ ନାହିଁ। ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ମାନଙ୍କ ବାରମ୍ବାର ବିଦ୍ରୋହ ଓ ବିକ୍ଷୋଭ ଫଳରେ ପୋଲିସ୍ ଚାପ ଗ୍ରସ୍ତ ହୋଇ ଓ ନିଜର ଦାୟିତ୍ୱ ତୁଲାଇବାର ସାବାସୀ ନେବାପାଇଁ କ୍ଷମତାକୁ ଦୁରୁପଯୋଗ କରି ସୁକୁଟା ନାଏକ କୁ ଗତ ତା:୨୪/୦୫/୨୦୨୬ ରିଖରେ ଗିରଫକରି କୋର୍ଟ ଚାଲାଣ କରିଥିଲା। ଏହାପୂର୍ବରୁ ସାହିର ଲୋକମାନେ ଗତ ତା:୦୧/୦୫/୨୦୨୬ ରିଖରେ ପୋଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ପରେ ତା ୦୮/୦୫/୨୦୨୬ରିଖରେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ ଓ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓଡ଼ିଶା ସରକାର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ସମସ୍ତେ ଆସ୍ଵାଶନା ଦେଇଥିଲେ ଯେ କେବଳ ଦୋଷୀଙ୍କୁ ଗିରଫ କରାଯିବ ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କରାଯିବ ନାହିଁ।ଏହା ପୂର୍ବରୁ ସୁକୁଟା ନାଏକ କୁ ପୋଲିସ ଦୁଇଥର ପଚରା ଉଚୁରା କରିଥିଲେ ଓ ନିର୍ଦ୍ଦୋଷ ଭାବି ଛାଡ଼ିଦେଇ ଥିଲେ।ମାତ୍ର ବିଭିନ୍ନ ତାପର ପ୍ରଭାବରେ ପୋଲିସ ସୁକୁଟା ନାଏକ କୁ ଗତ ତା ୨୪/୦୫/୨୦୨୬ ରିଖରେ ଗିରଫକରି କୋର୍ଟକୁ ଚାଲାଣ କରିଛି।ଏହି ଗିରଫ ବେଆଇନ ଓ ପୋଲିସ ସୁକୁଟାକୁ ଗିରଫ କରିବା ଓ ଗିରଫ ମେମୋରେ ପିତା ନବ ନାଏକଙ୍କ ମିଛ କହି,ସୁକୁଟାକୁ ଛାଡିଦେବୁ କରି ଗିରଫ କରିଥିବାରୁ ଲୋକମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। କୋୖଣସି ସୁଫଳ ନମିଳିବାରୁ ଆଜି ସାହିର ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦେଇଥିଲେ। ପ୍ରକୃତ ଅଭିଯୁକ୍ତକୁ ଗିରଫ, ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ,ଓ ସୁକଟାକୁ ନିର୍ଦ୍ଦୋଷରେ ଖଲାସ କରିବାପାଇଁ ଦାବୀପତ୍ରରେ ଉଲ୍ଲେଖ କରିଥିଲେ। ନୋହିଲେ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ଭାପୁର ର ନବ ନାଏକ,ବିପିନ ନାଏକ, ଲକ୍ଷ୍ମୀଧର ନାଏକ, ସୌଦାମିନୀ ନାଏକ ଙ୍କ ନେତୃତ୍ୱରେ ସାହିର ସମସ୍ତ ବାସିନ୍ଦା ଯୋଗଦାନ କରିଥିଲେ। ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ପକ୍ଷରୁ ଆଇନଜୀବୀ ପ୍ରଦ୍ୟୁମ୍ନ କୁମାର ନାଏକ,, ଆଇନଜୀବୀ ପଦ୍ମିନୀ ନାଏକ ଓ ସମ୍ପାଦକ ଚିତ୍ରସେନ ନାଏକ ସହଯୋଗ କରିଥିଲେ।



