ମୋହନ ସରକାରରେ ଲାଞ୍ଚୂଆ ଅଧିକାରୀଙ୍କ ତ୍ରାହିନାହିଁ, ବନ୍ଧାହେଲେ ACSO।

ରାଜ୍ୟରେ ବିଜେପି ସରକାର୍ ତଥା ମୋହନ ସରକାର୍ ଆସିବା ପରେ ସତେ ଯେମିତିକି ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଶନିଦଶା ଘାରିଛି । ମୋହନ ସରକାରରେ ତ୍ରାହି ନାହିଁ ଲାଞ୍ଚୁଆ ଅଧିକାରୀଙ୍କୁ। ଯିଏ ଯୋଉଠି ଥିଲେବି ଗୋଡେଇ ଗୋଡେଇ ବାନ୍ଧୁଛି ଭିଜିଲାନ୍ସ। ସେହିପରି ଆଉଜଣେ ସରକାରୀ ଅଧିକାରୀ ଙ୍କୁ ବାନ୍ଧିଲା ଭିଜିଲାନ୍ସ ବିଭାଗ। ଧରା ପଡ଼ିଲେ ଲାଞ୍ଚୁଆ ACSO.
୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଉପଯୋଗାଣ ଅଧିକାରୀ ଧୂମରାମ ମୁର୍ମୁଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍ । ଧାନକିଣା କାରବାରରେ ଭୂଇଁପୁର ଲ୍ୟାମ୍ପ୍ ଏମଡି ଙ୍କ ପାଖରୁ ନେଉଥିଲେ ଲାଞ୍ଚ । ସୂଚନା ଅନୁଯାୟୀ, ଧାନକିଣାରେ ଭୂଇଁପୁର ଏମଡ଼ି ଲାଭ କରିଥିବା କହି, ତାଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ଚମ୍ପୁଆ ACSO. ଏନେଇ ଭୂଇଁପୁର ଏମଡ଼ି ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ । ଆଜି ଚମ୍ପୁଆ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଧୂମରାମ ମୁର୍ମୁ, ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କୁ ଗିରଫ କରିବା ପରେ ଏବେ ଭିଜିଲାନ୍ସ ବିଭାଗ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




