୭ ମେ ହେଉ ଫକିର୍ ଦିନ୍ – ବିଭୁତି ଭୁଷଣ ନାଥ,ପରମାଣ୍ପୁର୍ରେ ଫକିର ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ପାଲିତ

ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ନିର୍ମାଏଲ୍ ସାହିତ୍ୟ ସଂସଦ ପରମାଣ୍ପୁର ଦ୍ବାରା ଲକ୍ଷ୍ମୀ ନାରାୟଣ ଯୁବକ ସଙ୍ଘ ସହଯୋଗରେ ସୁନାମ ଧନ୍ୟ ସମଲ୍ପୁରି ସଙ୍ଗିତ ବିଶାରଦ ଫକିର ମୋହନ ପଟ୍ଟନାୟକଙ୍କ ୮୩ତମ ଜନ୍ମବାର୍ଷିକୀ ପାଳନ କରାଯାଇଅଛି | ଏହି କାର୍ଯ୍ୟକ୍ରମ ରେ ବର୍ଷିଆନ୍ ଲେଖକ ଶ୍ରୀ ବିଭୁତି ଭୁଷଣ ନାଥ ସଭାପତିତ୍ୱ କରିଥିବା ବେଲେ ମୁଖ୍ଯ ବକ୍ତା ଭାବରେ ଶ୍ରୀ କାହ୍ନୁଚରଣ ନାଥ,ମୁଖ୍ୟ ଅତିଥି ଭାବରେ ସଙ୍ଗୀତକାର ଶ୍ରୀ ତ୍ରିବିକ୍ରମ ମାହାଣା ଓ ସମ୍ମାନିତ ଅତିଥି ଭାବରେ ଶ୍ରୀ କୈଲାସ ଚନ୍ଦ୍ର ବାରିକ,ତ୍ରିଲୋଚନ ସାହୁ ମଞ୍ଚାସିନ ଥିଲେ। ନିର୍ମାଏଲ୍ ସାହିତ୍ୟ ସଂସଦ ର ସଂପାଦକ ପ୍ରଦ୍ୟୁମ୍ନ ବିଶି ସ୍ବାଗତ ଭାଷଣ ରଖିଥିଲେ।ଶ୍ରୀ ଲଲିତ ମୋହନ ପଧାନ ପରିଚାଳନା ଭାର ତୁଲାଇ ଥିଲେ | ପ୍ରଥମେ ସମସ୍ତେ ଶ୍ରୀ ପଟ୍ଟନାୟକ ଙ୍କ ପଟ୍ଟଚିତ୍ର ଉପରେ ମାଲ୍ୟାର୍ପଣକରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ ତାପରେ ତାଙ୍କ ସ୍ମ୍ରୁତି ଚାଳନା କରିଥିଲେ | ଅପର ପକ୍ଷେ ରାହାସ ବିହାରୀ ନାଥ ଶ୍ରୀକାନ୍ତ କଠାର,ଦେବବ୍ରତ ନାଥ ତଥା ଅଞ୍ଚଳର ଅନେକ କବି ଓ ସଙ୍ଗୀତ ପ୍ରେମୀ ଯୋଗଦେଇ ଥିଲେ | ନିର୍ମାଏଲ୍ ସାହିତ୍ୟ ସଂସଦ ର ଉପ ସଭାପତି ଶ୍ରୀମତି ନିରୁପମା ନାଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଓ ମାନେଶ୍ୱର ରୁ ପ୍ରଦ୍ୟୁମ୍ନ ବିଶି ଙ୍କ ରିପୋର୍ଟ୍ ଜଗ୍ରତ ଭାରତ ନ୍ୟୂଜ୍




