
ଆଜି ତା-୨୮/୦୫/୨୦୨୬ ରିଖ ଦିନ ସଂପୂର୍ଣ୍ଣା ବିକାଶ ମଞ୍ଚ ଓ ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ୍ ହିନ୍ଦୋଳ ଆନୁକୁଲ୍ୟରେ କୁନୁଆ ପଞ୍ଚାୟତର କାଟେଣୀଠାରେ “ବିଶ୍ଵ ଋତୁସ୍ରାବ ସ୍ବଛତା ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣା ବିକାଶ ମଞ୍ଚର ଆବାହିକା ତଥା ଜନତା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଧୀମତୀ ସୋନା ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ଭାବେ ଧୀମତୀ ଉର୍ମିଳା ମିଶ୍ର, ଶିକ୍ଷୟିତ୍ରୀ,ଧୀମତୀ କଳାବତୀ ବୌଦ୍ଧ,ଉପ ସଭାପତି ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ୍ ହିନ୍ଦୋଳ,ଗୋଲାପ ନାଏକ, ସମାଜ ସେବୀ, ଧୀମତୀ ପ୍ରଭାତୀ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ,ଧୀମତୀ ମଧୁସ୍ମିତା ପ୍ରିୟଦର୍ଶିନୀ, ସମାଜ ସେବୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଧୀମୀ ଗୌରୀଲତା ନାଏକ ସଭାପତିତ୍ବ କରିଥିଲାବେଳେ ମୁଖ୍ୟବକ୍ତା ଭାବେ ଆଇନଜୀବୀ ପଦ୍ମିନୀ ନାଏକ, ଢେଙ୍କାନାଳ ଯୋଗଦାନ କରି ମହିଳା ମାନଙ୍କ ସାମାଜିକ ଅଧିକାର, ସାମ୍ବିଧାନିକ ଓ ଆଇନଗତ ଅଧିକାର ସଂପର୍କରେ ଆଲୋଚନା କରିଥିଲେ। ମହିଳାମାନଙ୍କର ଋତୁସ୍ରାବ ଏକ ଜୈବ ପରିବର୍ତ୍ତନ ଓ ଏହାକୁ ଲୋକମାନେ ଏକ କଳଙ୍କ, ଅସ୍ପୃଶ୍ୟତା ଭାବେ ପାଳନ କରୁଛନ୍ତି।ଏ ସମୟରେ ପରିସ୍କାର ପରିଚ୍ଛନ୍ନତା, ସ୍ବାସ୍ଥ୍ୟ ସଚେତନତା ଅବଲମ୍ବନ କରାଯିବା ଉଚିତ୍।ମାତ୍ର ସମୟକ୍ରମେ ଏହା ଏକ ଅନ୍ଧବିଶ୍ୱାସ ପାଖଣ୍ଡବାଦ ଭାବେ ଦଣ୍ଡାୟମାନ।ଋତୁ ସମୟରେ କୁମାରୀ ଝିଅମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିବା, ମହିଳା ମାନଙ୍କୁ ଅଛୁଆଁ ହୀନମନ୍ୟତା ଭାବି ମହିଳା ମାନଙ୍କଠାରୁ ଖାଦ୍ୟ,ପାଣି ଗ୍ରହଣ,ପୂଜା ପାଠ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଦରକାରୀ ଭାବେ ଗ୍ରହଣ କରାଯାଇଛି।ଏହି କଳଙ୍କିତ ଅଧ୍ୟାୟକୁ ବନ୍ଦ୍ କରି ମହିଳା ମାନଙ୍କୁ ସ୍ବାସ୍ଥ୍ୟ ସଚେତନତା କରିବା ଆବଶ୍ୟକ। ଏହାକୁ ଲଜ୍ଜା ବା ଅପମାନ ଭାବରେ ଗ୍ରହଣ ନକରି ଏକ ପ୍ରାକୃତିକ ପ୍ରକ୍ରିୟା ଭାବେ ଗ୍ରହଣ କରିବା ଉଚିତ। ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ଆଗକୁ ଆସି ଅନ୍ଧବିଶ୍ୱାସ, କୁସଂସ୍କାରକୁ ବିରୋଧକରି ବୈଜ୍ଞାନିକ ଦୃଷ୍ଟିକୋଣରୁ ଗ୍ରହଣ କରିବା ଉଚିତ। ବିଶ୍ଵ ଋତୁସ୍ରାବ ସ୍ବଛତା ଦିବସ ପାଳନକୁ ବିଭିନ୍ନ ସାମାଜିକ ସଂଗଠନ, ସ୍ବେଚ୍ଛାସେବୀ ଓ ସାମାଜିକ କର୍ମିମାନେ ଯୋଗଦାନ କରି ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମକୁ ହେମନ୍ତ କୁମାର ଭରଦ୍ୱାଜ, ଫାର୍ମାସିଷ୍ଟ ତଥା ଆବାହକ ହିନ୍ଦୋଳ ବିକାଶ ମଞ୍ଚ ଯୋଗଦାନ କରି ନାପକିନ୍ ପ୍ୟାଡ୍,ସାବୁନ୍,ପେଷ୍ଟ, ଓ ପିଲାମାନଙ୍କୁ ବର୍ଣ୍ଣବୋଧ ବଣ୍ଟନ କରିଥିଲେ।କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ହିନ୍ଦୋଳର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କ ଦ୍ଵାରା ସମାଜଧର୍ମୀ ଗୀତ ପରିବେଷଣ କରିଥିଲେ।କୁନି କୁନି ପିଲାମାନେ ଅଭିନୟ ଓ ନୃତ୍ୟ ପରିବେଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡ଼ଃ ନରେଶ ନାଏକ,ଅଧ୍ୟାପକ, ଅରୁଣ ନାଏକ ଶିକ୍ଷକ, ନରୋତ୍ତମ ନାଏକ ଶିକ୍ଷକ ମୁଖ୍ୟ ଭୂମିକାଗ୍ରହଣ କରିଥିଲେ।ଶ୍ରୀ ପ୍ରଦୀପ ଦାସ , ଯୋଗଗୁରୁ ବହୁମୂଲ୍ୟ ମତପ୍ରକାଶ କରିଥିଲେ। ସାମ୍ବାଦିକ ଶ୍ରୀ ଦୀପକ ନାଏକ, ସୁମନ୍ତ ବେହେରା, ବିକ୍ରମ ସାହୁ ଓ ପ୍ରଶାନ୍ତ ନାଏକ ଯୋଗଦାନ କରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସରୋଜିନୀ ନାଏକ,ସୀମା ନାଏକ, ସୁନିତା ଗୋଛାୟତ, ପଦ୍ମଚରଣ ନାଏକ,ଅନନ୍ତ ନାଏକ, ବିଶିଷ୍ଟ ପାଲା ଗାୟକ ଶ୍ରୀ ଧୃବଚରଣ ବିଶ୍ଵାଳ, ସମାଜ ସେବୀ ଶ୍ରୀ ଯଶୋବନ୍ତ ବେଉରା,କଟକ ଯୋଗଦାନ କରି ସଫଳ ମଣ୍ଡିତ କରିଥିଲେ।ପଞ୍ଚ ପରିଚାଳନା ଆଇନଜୀବୀ ଚିତ୍ରସେନ ନାଏକ କରିଥିଲେ। ଆଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକ୍ରମ ବଳବତ୍ତର ରହିବ ବୋଲି କାର୍ଯ୍ୟକର୍ତ୍ତା ମାନେ ମତପୋଷଣ କରିଥିଲେ।ଗୋଲାପ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ କରିଥିଲେ।



