୩ମାସ ହେବ ଭତା ନପାଇବାରୁ ହିତାଧିକାରୀ ସରକାରୀ କାର୍ଯ୍ୟାଳୟ ମୁହାଁ
ତାଳଚେର, ୨୯/୦୫ ତାଳଚେର ବ୍ଲକ ଅନ୍ତର୍ଗତ କୁମୁଣ୍ଡା ପଂଚାୟତର ପ୍ରାୟ ୩ମାସ ହେବ ବୃଦ୍ଧା, ବୃଦ୍ଧମାନେ ଭତାରୁ ବଂଚିତ ହେବାରୁ ଆଜି ତାଳଚେର ଉପଜିଲ୍ଳାପାଳ କାର୍ଯ୍ୟାଳୟରେ ପଂହଚି ଆଶିଷ ରଞ୍ଜନ ସାହୁଙ୍କୁ ଦେଖା ସାକ୍ଷାତ କରି ଦୁଃଖର କାହାଣୀ ବର୍ଣ୍ଣନା କରିଥିଲେ । ଭତାରୁ ବଂଚିତ ହେଉଥିବାରୁ ସେମାନେ ଔଷଧ ଟୋପାଏ ପାଇଁ ଡ଼ହକବିକଳ ହେବା ସହିତ ଆଜି ପ୍ରଖର ଖରାରେ କୁମୁଣ୍ଡା ଗ୍ରାମରୁ ଲକ୍ଷ୍ମୀ ବସରେ ତାଳଚେର ହାଟତୋଟା ସ୍ଥିତ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଂହଚିଥିଲେ । ଅପରାହ୍ଣ ବୟସରେ ମୁଖ୍ୟତଃ ବୃଦ୍ଧା, ବୃଦ୍ଧମାନେ ଔଷଧ ଉପରେ ନିର୍ଭର କରିଥାନ୍ତି । ସେମାନଙ୍କ ହାତରେ ପଇସାର ଅଭାବ ରହିବାହେତୁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି ଘରୁ ପଦାକୁ ଗୋଡ଼ କାଢ଼ିବାକ ପାଇଁ । ଉପଜିଲ୍ଳାପାଳ ଶ୍ରୀ ସାହୁ ଏହାକୁ ହୃଦୟଙ୍ଗମ କରି ନିଶ୍ଚିତଭାବେ ଭତା ମିଳିବ ବୋଲି ତାଙ୍କୁ କହିବାରୁ ସେମାନଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିବା ସହ ଭତାଟଙ୍କା ପାଇବାକୁ ସେମାନେ ଆଶାପ୍ରକଟ କରିଛନ୍ତି । ପୂର୍ବ ସରକାର ମାସକୁ ମାସ ଭତାଟଙ୍କା ପ୍ରଦାନ କରୁଥିବା ବେଳେ ଏଥର ଭତାଟଙ୍କା ବିଳମ୍ବ ଯୋଗୁଁ ଏହା ପ୍ରଥମ ଘଟଣା ବୋଲି ବୃଦ୍ଧବୃଦ୍ଧା ଏହା ଅଭିଯୋଗ କରିଛନ୍ତି ।



