ଭୋଟର ସଚେତନତା ରଥ ଉଦଘାଟନ
ତାଳଚେର, ୨୯/୦୫ ତାଳଚେର ଉପଜିଲ୍ଳାପାଳ କାର୍ଯାଳୟ ପକ୍ଷରୁ ଭୋଟର ସଚେତନତା ଏବଂ ଏସଆଇଆର ୨୦୨୬ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ‘ଭୋଟର ସଚେତନତା ରଥ‘ ଉଦଘାଟନ କରାଯାଇଥିଲା । ଏହି ରଥ ତାଳଚେର ବିଧାନସଭା ମଣ୍ଡଳୀର ପ୍ରତ୍ୟେକ ଗ୍ରାମ, ସହର ଏବଂ ଗଳିକନ୍ଦିରେ ପଂହଚି ସଚେତନ କରିବ । ଏସଆଇଆରର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୋଗ୍ୟ ଏବଂ ବାସ୍ତବ ଭୋଟରଙ୍କୁ ଇଲେକଟ୍ରୋରାଲ ସୁନିଶ୍ଚିତ କରିବା ସହ କର୍ତବ୍ୟ କିମ୍ବା ଭାରତୀୟ ନାଗରୀକ ନଥିବା ବ୍ୟକ୍ତିଙ୍କ ନାମକୁ ଭୋଟର ତାଲିକାରୁ ବାହାର କରିବା । ଏହି ସଚେତନତା ରଥକୁ ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ ଉଦଘାଟନ କରି ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼େପୁଟି କଲେକ୍ଟର ଡ଼ାନିଏଲ ଏକା, ମାନସ ମୋହନ ସେଟ୍, ନିବଦେିତା ନାୟକ ସହ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତାଳଚେର ପୂର୍ବରୁ ମ୍ୟାପିଙ୍ଗ କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ କରି ତାଳଚେର ଶୀର୍ଷ ୫ଟି ଆସେମିଲି କନଷ୍ଟିଟ୍ୟୁସନ୍ ମଧ୍ୟରେ ସ୍ଥାନ ପାଇଥିଲା । ଉପଜିଲ୍ଳାପାଳଙ୍କ କହିବା ଅନୁଯାୟୀ ଏଥର ମଧ୍ୟ ଏସଆଇଆର କାର୍ଯ୍ୟ ସଫଳତାର ସହିତ ପୁଣି ଥରେ ଉତ୍କୃଷ୍ଟ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ବୋଲି ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।



