ଯୋଡ଼ାଥାନା ଅନ୍ତର୍ଗତରେ ଅଗ୍ନିକାଣ୍ଡ ଘଟି ଚାରିଜଣ ଗୁରୁତର ଆହତ ନେଇ ସୂଚନା

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତରେ ଅଗ୍ନିକାଣ୍ଡ ଘଟି ଚାରିଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ବାଂଶପାଣି ନିକଟରେ ଏକ ଗ୍ୟାରେଜରେ ଅଗ୍ନିକାଣ୍ଡ ଘଟି ଚାରିଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ଏବଂ ଏହି ଦୁର୍ଘଟଣାରେ ଏକ ଡିଜେଲ୍ ତତେଲ ଟ୍ୟାଙ୍କର୍ ରେ ମଧ୍ୟ ନିଆଁ ଲାଗି ଯାଇଥିବା ନେଇ ସୂଚନା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ, ଓ ଅଗ୍ନିଶମ ବିଭାଗ କର୍ମଚାରୀ , ପୋଲିସ, ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଯୋଡ଼ା ଟାଟାଷ୍ଟିଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା। ଗ୍ୟାରେଜରେ ଏକ ଡିଜେଲ୍ ତେଲ ଟ୍ୟାଙ୍କର୍ ନିକଟରେ ୱେଲ୍ଡିଂ କାମ ଚାଲିଥିବା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ଶୁଣିବାକୁ ମିଳେ। ଏଥିରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।ଆହତ ମାନଙ୍କୁ ଯୋଡ଼ାସ୍ଥିତ ଟାଟାଷ୍ଟିଲ ମେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ତେବେ ଦୁର୍ଘଟଣା ସ୍ଥଳରେ ଯୋଡ଼ା ପୋଲିସ୍ ଅଗ୍ନିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



