ବାଲି ମାଫିଆଙ୍କ ଉପରେ ପ୍ରଶାସନର ଚଢ଼ାଉ ଟ୍ରାକ୍ଟର ସହ ହାଇୱା ଜବତ୍।

କେନ୍ଦୁଝର ଜିଲ୍ଲାରେ ବାଲି ମାଫିଆଙ୍କ ଉପରେ ପ୍ରଶାସନ ପକ୍ଷରୁ ଚଢାଉ, ଉକ୍ତ ଚଢ଼ାଉ ରେ ତିନିଟି ଟ୍ରାକ୍ଟର ସହ ଗୋଟିଏ ହାଇୱା ଜବତ୍ କରିଛି ପ୍ରଶାସନ।ବେଆଇନ ବାଲି ଚୋରା ଚାଲାଣ ବେଳେ ତିନି ଟ୍ରାକ୍ଟର ଗୋଟିଏ ହାଇଓ୍ବା ଟ୍ରକ କୁ ଜବତ କଲେ ଚମ୍ପୁଆ ତହସିଲଦାର। ଆଜି ସକାଳୁ ଚମ୍ପୁଆ ମଧ୍ୟ ଦେଇ ଚୋରାରେ ବାଲି ଚାଲାଣ ହେଉଥିବା ନେଇ ଖବରପାଇ ଚଢ଼ାଉ କରିଥିଲେ ଚମ୍ପୁଆ ତହସିଲଦାର। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବାଲି ଘାଟରୁ ବେଆଇନ ଭାବେ ଚୋରାରେ ଚାଲାଣ ହେଉଥିଲା ବାଲି । ହାଇଓ୍ବା ଗାଡ଼ିଟି ଭଣ୍ଡା ଅଞ୍ଚଳ ରୁ ବାଲି ନେଇ ଯୋଡା ଅଞ୍ଚଳ କୁ ଚାଲାଣ କରୁଥିବା ବେଳେ ଟ୍ରାକ୍ଟର ଗୁଡ଼ିକ ରାମଲା,ଶଶାଙ୍କ ଓ ମୟୁରଭଞ୍ଜ ର କେଶରୀ ର ବାଲି ଘାଟରୁ ବାଲି ଚାଲାଣ ବେଳେ ଧରାପଡ଼ିଛନ୍ତି। ଗାଡି ଗୁଡ଼ିକୁ ଚମ୍ପୁଆ ଥାନାରେ ଜିମା ଦିଆଯାଇଥିବା ବେଳେ ଲଘୁଖଣିଜ ବିଭାଗକୁ ଏନେଇ ସୂଚନା ଦିଆଯାଇଥିବା ନେଇ ସୂଚନା। ତେବେ ଏହି ଚଢ଼ାଉ ବେଳେ ବାଲି ମାଫିଆମାନେ ଘଟଣା ସ୍ଥଳରୁ ଫେରାର ହେଇଯାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




