ସ୍ଵର୍ଗତ ସ୍ନେହଲତା ଙ୍କ ଶେଷ ଇଚ୍ଛା ପୁରଣ କରିବାକୁ ଯାଇ ପ୍ରଭୁ ଶ୍ରୀ ଗଜାନନ ଙ୍କ ପୁଜା ଉଦେଶ୍ୟରେ ପୂଜା କମିଟି କୁ ୧୦୦୦୧ଟଙ୍କାର ଚେକ୍ ପ୍ରଦାନ।
ତାଳଚେର ୨୧/୯ ତାଳଚେର ରେ ରାଜ୍ୟ ପ୍ରସିଦ୍ଧ ଗଣେଶ ପୂଜା ପାଳନ କରାଯାଉଥିବା ବେଳେ ପ୍ରଭୁ ଶ୍ରୀ ଗଜାନନ ୧୦୦ରୁ ଉର୍ଦ୍ଧ୍ବ ସୂ ସଜ୍ଜିତ ମଣ୍ଡପ ରେ ପୁଜା ପାଉଛନ୍ତି। ଏଵଂ ପ୍ରବଳ ଜନସମାଗମ ମଧ୍ଯ ଦେଖିବାକୁ ମିଳୁଛି। ଏହା ଆସନ୍ତା ୨୬ତାରିଖ ଇନ୍ଦୂପୂର୍ଣିମା ତଥା ଭସାଣୀ ପର୍ଯ୍ୟନ୍ତ ଚାଲିବ। ତେବେ ତାଳଚେର କାରୀଗର ପଡ଼ା ନିବାସୀ ରଞ୍ଜନ ମହାପାତ୍ର ଙ୍କ ସହଧର୍ମିଣୀ ସ୍ଵର୍ଗତ ସ୍ନେହଲତା ମହାପାତ୍ର ଗତ ବର୍ଷ ଅଗଷ୍ଟ ମାସରେ ପରଲୋକ ଘଟିଥିଲା। କିନ୍ତୁ ସ୍ଵର୍ଗତ ସ୍ନେହଲତା କାରିଗର ପଡ଼ା ଗଣେଶ ଙ୍କ ଆସ୍ଥାନ ନିର୍ମାଣ ପାଇଁ ଏକଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ମନସ୍ଥ କରିଥିଲେ। କିନ୍ତୁ ଭଗବାନ ଙ୍କ ନୀଳା ବିଚିତ୍ର ସେ ତାଙ୍କାର ଇଚ୍ଛା ପୁରଣ ଅଧୁରା ରହିଗଲା। କିନ୍ତୁ ସ୍ଵର୍ଗରେ ଥିଲେ ବି ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ବୋଲି ପ୍ରମାଣିତ ହୋଇଛି। କାରଣ ସ୍ଵର୍ଗତ ସ୍ନେହଲତା ଙ୍କ ସ୍ବାମୀ ରଞ୍ଜନ ମହାପାତ୍ର ଆଜି ୧୦୦୦୧ଟଙ୍କାର ଚେକ୍ ଆଖି ଛଳ ଛଳ ଭାବରେ କମିଟି ର ସଭାପତି ପ୍ରୀତେଶ ପଟନାୟକ ଙ୍କୁ ପ୍ରଦାନ କରିଥିଲେ। ଏଵଂ କମିଟି ପକ୍ଷରୁ ମହାନତା ପ୍ରଦର୍ଶନ କରିଥିବା ରଞ୍ଜନ ମହାପାତ୍ର ଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରିବା ସହ ସ୍ଵର୍ଗତ ଆତ୍ମାର ସଦଗତି କାମନା କରାଯାଇ ଶ୍ରଦ୍ଧାଂଜଳି ଜଣାଇଥିଲେ।। ଏଵଂ ଆଗାମୀ ବର୍ଷ ମଧ୍ୟରେ ପ୍ରଭୁ ଗଜାନନ ଙ୍କ ମୁକୁଟ ନିର୍ମାଣ ପାଇଁ ୫୦ହଜାର ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ସ୍ଵାମୀ ରଞ୍ଜନ ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ।। ତେବେ ପ୍ରଭୁ ଶ୍ରୀ ଗଜାନନ ଓ ଶ୍ରଦ୍ଧାଳୁ ଙ୍କ ଏହି ଭାବ କୁ ସମସ୍ତେ ଅନୁଭବ କରିବା ସହ ଭକ୍ତି ଭାବ ଜାଗ୍ରତ ହୋଇଛି। ଏହି ଚେକ୍ ପ୍ରଦାନ ବେଳେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ର ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ଦାସ, ମିଡ଼ିଆ ସେଲ ସଂଯୋଜକ ତପନ କୁମାର ମହାରଣା, ସୁମିତ ସାହୁ ସଂଜୟ କୁମାର ମହାପାତ୍ର ,ମାନସ ମହାରଣା , ଟୁନା ମହାପାତ୍ର , ଜିତେନ୍ଦ୍ର ମହାପାତ୍ର, କବିରାଜ ସାହୁ, ସୁଧୀର ପଟ୍ଟନାୟକ, ପ୍ରମୁଖ ଙ୍କ ସମେତ କାରୀଗର ପଡ଼ା ଗଣେଶ ପୂଜା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।।

September 21, 2026/
No Comments


