ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ୪ପ୍ରତିଯୋଗୀ ଜାତୀୟ ସ୍ତରକୁ ମନୋନୀତ
ତାଳଚେର, ୧୯/୦୬ ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନ୍ ଆନୁକୂଲ୍ୟରେ କଟକ ଇଣ୍ଡରୋ ଷା୍ଟାଡିୟମ୍ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୮ଟି ଜିଲ୍ଲାରୁ ମୋଟ ୫୭୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅନୁଗୋଳ ଜିଲ୍ଲାରୁ ଭାଗ ନେଇଥିବା ୧୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତାଳଚେର ତାଇକୋଣ୍ଡୋ ଏକାଡେମୀର ୧୩ଜଣ ଓ ଡାନିସ ତାଇକୋଣ୍ଡୋ ଏକାଡ଼େମୀରୁ ୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ସାଏଲ ସାଧ୍ୟ, ଆରବି ଅକ୍ଷତା ବେହେରା, ରାଜଲକ୍ଷ୍ମୀ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ତେଜ ପ୍ରତାପ ସାହୁ, ଦେବାଂଶ ସାଇବର୍ଦ୍ଧନ, ରେୟାନ୍ସ ବେହେରା, ଅମୃତ ପ୍ରସାଦ ସାହୁ, ବାରେନୟମ ଟାଣ୍ଟି, ଅଚ୍ୟୁତ ପ୍ରସାଦ ସାହୁ, ଋଷଭ ରାଜ, ରାଜଶ୍ରୀ ନାୟକ ରୌପ୍ୟ ପଦକ ଓ ମନୀଷ କୁମାର ସାହୁ, ସୁଶ୍ରୀ ଜିଜ୍ଞାସା ପ୍ରିୟଦର୍ଶନୀ ବ୍ରୋଞ୍ଜ ପଦକ ହାସଲ କରି ଅନୁଗୋଳ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି । ଏହି ସଫଳତା ପାଇଁ ତାଳଚେର ତାଇକୋଣ୍ଡୋ ଏକାଡେମୀର ସମ୍ପାଦକ ସୁଶାନ୍ତ ପ୍ରଧାନ, ଅନୁଗୋଳ ତାଇକୋଣ୍ଡୋ ଆସୋସିଏସନ୍ ସମ୍ପାଦକ ତଥା ପ୍ରଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଏବଂ ଓଡ଼ିଶା ଡାଇକୋଣ୍ଡୋ ଆସୋସିଏସନ୍ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

June 19, 2026/
No Comments


