


ସମ୍ବଲପୁର ଜିଲ୍ଲା, ଜମନକିରା ବ୍ଲକ, କେନାଢ଼ିପା ପଞ୍ଚାୟତ, କେନାଢିପା ଭୂତେଶ୍ୱର୍ ଶିବ ମନ୍ଦିର ରେ ଶୀତଳ ଷଷ୍ଠୀ ଯାତ୍ରା ମହା ସମାହାରରେ ପାଳିତ ହୋଇ ଯାଇଛି। ବର ପକ୍ଷ କର୍ତ୍ତା ବଦ୍ରି କୁମାର ବରିହା ଓ ତାଙ୍କ ଧର୍ମପତ୍ନୀ ବାଲମତି ବରିହା ଓ କନ୍ୟା ପକ୍ଷ ପିତା ନାରେନ୍ ଚନ୍ଦ୍ର କୁମୁରା ଓ ତାଙ୍କ ଧର୍ମପତ୍ନୀ ମିଥିଲା କୂମୁରା ଶିବ ଓ ପାର୍ବତୀଙ୍କ ପିତା ଓ ମାତା ଭାବରେ କର୍ତ୍ତା ହୋଇଥିଲେ। ପୂଜକ ସନ୍ତୋଷ ପ୍ରଧାନ ଓ ମୁଖ୍ୟ ପୂଜକ ଅରବିନ୍ଦ ଦୁବେ ଓ ପୂର୍ଣ୍ଣ ଚନ୍ଦ୍ର ମରେଇ ପୂଜାର୍ଚ୍ଚନା ଦାୟିତ୍ଵ ତୁଲାଇ ଥିଲେ।17-6-2026ରୁ 19-6-2026 ପର୍ଯ୍ୟନ୍ତ ଶୀତଳ ଷଷ୍ଠୀ ଯାତ୍ରା ଚାଲିଥିଲା। ଏ ଅଞ୍ଚଳରୁ ଶହ ଶହ ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ସମାଗମ ହୋଇଥିଲେ। ପ୍ରସାଦ ସେବନରେ ମନ୍ଦିର ସଭାପତି ତ୍ରିଲୋଚନ ନାୟକ, ସମ୍ପାଦକ ହରେଶ୍ ପଟେଲ। ସହଯୋଗ କର୍ତ୍ତା ଅମିତ୍ କିରଣ ନାଏକ, ନୀଳମଣି ନାଏକ, କ୍ଷୀରୋଦ ପଟେଲ, ମନୋଜ ପୋଢ଼, ପ୍ରଭାତ ନାଏକ, କାର୍ତ୍ତିକ ବଗର୍ତ୍ତି, ସଞ୍ଜୟ ରାଉତ,ରାଜେଶ୍ ନାଏକ,ଅମିତ୍ ପଟେଲ, ସମିତ୍ ପଟେଲ,ମଙ୍ଗୁଲୁ ଭୁଏ,ବିନୋଦ ପଟେଲ,ଚନ୍ଦନ ମାଝୀ,ସିବାଙ୍ଗ ମରେଇ, ରୋନିତ ଭୋଇ, ମାନବ ନାଏକ,ରୋହନ ପାତ୍ର ଓ ମହଦା ଯୁବ ସଂଘ କମିଟି। ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ।



