ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଶିବିର ଅନୁଷ୍ଠିତ*
ଅନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅବସରରେ ବିଶ୍ୱ ଯୁବ କେନ୍ଦ୍ର , ବଣୀନାଳି ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ), ଆଞ୍ଚଳିକ କେନ୍ଦ୍ର ଅନୁଗୋଳର ମିଳିତ ଆନୁକୂଳ୍ୟରେ ପାଇକସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଯୋଗ ଶିବିର ଆୟୋଜିତ ହୋଇଥିଲା।
ବିଶ୍ୱ ଯୁବ କେନ୍ଦ୍ରର ୪୦ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା କର୍ମଚାରୀ ଓ ବିଶ୍ୱ ଯୁବ କେନ୍ଦ୍ରର କର୍ମକର୍ତ୍ତାମାନେ ସଫଳତାର ସହ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମିତି ସଭ୍ୟ ,ମହେଶ ଭୋଇ, ଯୋଗ ଶିକ୍ଷକ ଚନ୍ଦନ ଶର୍ମା, ଷ୍ଟାଫ୍ ନର୍ସ ସୌମ୍ୟା ସୁରଭି ନାୟକ, ମଲ୍ଟି ପର୍ପୋଜ୍ ହେଲ୍ଥ ୱର୍କର ପ୍ରତିମା ନାୟକ, ଫାର୍ମାସିଷ୍ଟ ଦୀପକ କୁମାର ପ୍ରଧାନ ଏବଂ ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଯୋଗ ଶିକ୍ଷକ ଶ୍ରୀ ଚନ୍ଦନ ଶର୍ମା ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ପ୍ରାଣାୟାମ, ଯୋଗାସନ ଓ ଯୋଗ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ସେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ବହୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ଥାନୀୟ ଅଞ୍ଚଳର ମହିଳା,କିଶୋର କିଶୋରୀ , ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଶେଷରେ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଯୋଗକୁ ଅଙ୍ଗୀକାର କରି ସୁସ୍ଥ ଜୀବନଶୈଳୀ ଗଠନ କରିବାକୁ ଆହ୍ୱାନ ଜଣାଯାଇ ସଭା ସାଙ୍ଗ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱ ଯୁବ କେନ୍ଦ୍ରର ପୁନିଆ ସାହୁ, ଜସ୍ମିତା ପ୍ରଧାନ,ଗୀତାଞ୍ଜଳି ବାଘ,ପୂଜା ସ୍ବାଇଁ ସହଯୋଗ କରିଥିଲେ।



