ଚମ୍ପୁଆବ୍ଲକ୍ ଅନ୍ତର୍ଗତରେ ପାଖାପାଖି ସାତଫୁଟ ଲମ୍ବର ଅଜଗର ସାପ ଉଦ୍ଧାର।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ତଥା ଚମ୍ପୁଆବ୍ଲକ ଅନ୍ତର୍ଗତରେ ପାଖାପାଖି ସାତଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ତଥା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ଅଢଙ୍ଗାପାଳ ଗ୍ରାମରୁ ପାଖାପାଖି ସାତ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ଜଣକ ବାଡ଼ିରେ ଥିବା ଦେଖି ଗ୍ରାମ ବାସୀ ଚମ୍ପୁଆ ଅଞ୍ଚଳର ସାପ ଧରାଳି ମହମ୍ମଦ ସାଜୁକୁ ଖବର ଦେଇଥିଲେ। ଖବର ପାଇ ସେ ଗାଁ ରେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟି ଖାଦ୍ୟ ଅନ୍ୱେଷଣରେ ଆସି ଲୋକଙ୍କ ନଜରରେ ପଡ଼ିଥିଲା। ସାପଟିର ବୟସ ଦେଢବର୍ଷ ହେବ ଏବଂ ସାପଟି ଛଅ ରୁ ସାତ ଫୁଟ ଲମ୍ବ ହେବ ବୋଲି ଜଣାପଡିଛି। ସାପଟିକୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲ ରେ ଛଡାଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



