ସ୍କୁଲ ଓ ବିଇଡି କଲେଜ କୁ ବନ୍ଦ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର : ବ୍ରହ୍ମପୁର

ଜେ ବି ଏନ, ୧୬/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର୍ : ଓଡ଼ିଶାର ୧୪୩୭୯ଟି ତଥା ଗଞ୍ଜାମ ଜିଲ୍ଲାର ୪୩୩ଟି ସରକାରୀ ସ୍କୁଲ ବନ୍ଦ ନିଷ୍ପତି ଅବଲମ୍ବେ ବାତିଲ ଦାବି ରେ ଆଜି ଏସ୍ ୟୁ ସି ଆଇ କମ୍ୟୁନିଷ୍ଟ କଲେଜ ଗଞ୍ଜମ୍ ଜିଲ୍ଲା ସାଙ୍ଗଠନିକ କମିଟି ତଥା ଏ ଆଇ ଡି ଏସ୍ ଓ ଗଞ୍ଜମ୍ ଜିଲ୍ଲା କମିଟି ନେତୃତ୍ୱ ଏକ ରାଲି ଖଲିକୋଟ କଲେଜ ସମ୍ମୁଖରେ ବାହାରି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଫିସ ଅଭିମୁଖେ ଯାତ୍ରା କରିଥିଲା । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଷ୍ୟରେ ମନ୍ଧ୍ୟ ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧୪୩୭୯ ଟି ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ । ଯାହାକୁ ୨୦୨୦/୨୧ ଶିକ୍ଷା ବର୍ଷରେ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ୪୩୩ଟି ସରକାରୀ ସ୍କୁଲ ବନ୍ଦ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ସରକାରଙ୍କ ନିଷ୍ଣରି ଅନୁଯାଇ ଯେଉଁ ପ୍ରାଥମିକ ବିଦ୍ୟାଳୟ ରେ (୧ ରୁ ୫) ଶ୍ରେଣି ମୋଟ ୨୦ /୪୦ ଜଣ ଛାତ୍ରଛାତ୍ରୀ ଅଛନ୍ତି ସେ ସ୍କୁଲ କୁ ଏକ୍କ କିଲୋମିଟର ପରିଧି ମଧ୍ୟରେ ଥିବା ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବେ । ସେହିପରି ଯେଉଁ ମାଧ୍ୟମିକ ବିଦ୍ୟାଳୟରେ ( ୬ରୁ ୮ମ ) ମାତ୍ର ୫୦ଜଣ ଛାତ୍ରଛାତ୍ରୀ ଅଛନ୍ତି । ସେ ସ୍କୁଲକୁ ୨କି.ମି ମଧ୍ୟରେ ରେ ଥିବା ସ୍କୁଲ ସହିତ ଏବଂ ଉଚ୍ଚ ମାଧ୍ୟମିନ ( ୮ରୁ ୧୦ମ ) ଶ୍ରେଣୀରେ ୬୦ଜଣରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି ତାକୁ ୩ କି.ମି ପରିଧ ମଧ୍ୟରେ ଥିବା ସ୍କୁଲ ସହିତ ମିଶ୍ରଣ କରାଯିବ । ସ୍କୁଲ ଶିକ୍ଷା କୁ ଘରୋଇ କରନ କରିବାର ରାସ୍ତାରେ ଅଗ୍ରସର ହୋଇଛନ୍ତି। ସରକାର ଯେଉଁ ସ୍କୁଲ ବନ୍ଦ ର ନିଷ୍ପତ୍ତି ନେଇଛନ୍ତି ବାସ୍ତବରେ ଦେଖିବାକୁ ଗଲେ ସରକାର କ୍ରମାଗତ ଭାବେ ସରକାରୀ ସ୍କୁଲ ଗୁଡିକ ଅବହେଳା କରି ଘରୋଇ ଶିକ୍ଷ ନୁଷ୍ଠାନକୁ ପ୍ର ସୋ ହିତ କରିବା ହେତୁ ଆଜି ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ସଂଖ୍ୟା କମିଛି। ସରକାରୀ ସ୍କୁଲ ଗୁଡିକର ଭିତ୍ତି ଭୂମିର ବିକାଶ କରିବା ସହିତ ଶିକ୍ଷା ସରକାର କ୍ରମାଗତ ଭାବେ ଥିବା ସ୍କୁଲ ସହିତ ମିଶ୍ରଣ କରାଯିବ, ସରକାର କ୍ଲୋଜ ର ଏବଂ ମର୍କର ( ବନ୍ଦ ଏବଂ ମିଶ୍ରଣ ) ନୀତି ଅବଲମ୍ବନ କରି ରାଜ୍ୟର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷାକୁ ନ ସଜାଡି ପ୍ରାୟ ସମସ୍ତ ସରକାରୀ ସ୍କୁଲ ବନ୍ଦ କରି ସ୍କୁଲ ଶିକ୍ଷାକୁ ସଂପୂର୍ଣ୍ଣ ଘରୋଇକରଣ କରିବାର ରାସ୍ତାରେ ଅଗ୍ରସର ହେଉଛନ୍ତି । ଅଳ୍ପ ପିଲା ହେବାର କାରଣ ଦର୍ଶାଇ ସରକାର ଯେଉଁ ସ୍କୁଲ ବନ୍ଦର ନିଷ୍ପତି ନେଇଛନ୍ତି ବାସ୍ତବରେ ଦେବାକୁ ଗଲେ ସରକାର କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡିକୁ ଅବହେଳା କରି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ହେତୁ ଆଜି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମିଛି । ସରକାର ସରକାରୀ ସ୍କୁଲଗୁଡିକର ଭିତି ଭୂମିର ବିକାଶ କରିବା ସହିତ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ -ଶିରୋନାସ୍ତି ଶିର ପୀତା ନ୍ୟାୟରେ ୧୪୩୭୯ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ରାଜ୍ୟ ସରକାର ଶିକ୍ଷା ବିରୋଧୀ ଶିକ୍ଷା ଧ୍ୱଂସ କରି ଶିକ୍ଷାର ଘରୋଇ କାରଣ ବ୍ୟବସାୟୀ କରଣ ଦ୍ଵାରା ସମ୍ପୂର୍ଣ୍ଣ ଉନ୍ମତ କରିବାର ନୀଳ ନକ୍ସା ଜାତୀୟ ଶିକ୍ଷା ନିତୀ ୨୦୨୦ ର ପରିପୂରକ ଯେଉଁ ଥିରେ ଦେଶୀ ବିଦେଶୀ ପୁଞ୍ଜି ପତି ଶିକ୍ଷା ବେପାରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ସର୍ବନିମ୍ନ ୩୦୦୦ ପିଲା ସଂଖ୍ୟା ବିଶିଷ୍ଟ ବଡ ବଡ ସ୍କୁଲ ପରିକଳ୍ପନା ରହିଛି। ବାସ୍ତବରେ ଏତେ ସଂଖ୍ୟକ ସରକାରୀ ସ୍କୁଲ ବନ୍ଦ ହେଲେ ସାଧାରଣ ଗରିବ ଘରର ପିଲା ମନାନଙ୍କ ପାଇଁ ସବୁଦିନ ଲଗି ଶିକ୍ଷା ର ଦ୍ଵାରା ବନ୍ଦ ହୋଇଯିବ। ସେମାନେ ମୋଟ ଅଙ୍କର ଫିସ୍ ଦେଇ ଶିକ୍ଷା ନୁଷ୍ଠାନର ପାଢି ପାରିବେନାହିଁ। ଏବଂ ଏପରି କି ସରକାରୀ ସ୍କୁଲ ଅନୁପସ୍ଥିତି ଫଳାରେ ଘରୋଇ ଶିକ୍ଷା ନୁଷ୍ଠାନ ମନ ଇଚ୍ଛା ଫିସ୍ ଆଦାୟ କରିବେ ଅନ୍ୟ ପଟେ ୧୪ ଟି ସରକାରୀ ବି. ଇ. ଡି କଲେଜ ରେ ନାମ ଲେଖା ବନ୍ଦ କରିଦିଆଯାଇଛି। ଯେଉଁ କଲେଜ ଗୁଡିକରେ ୧୬୫୦ ଟି ସିଟ ଥିଲା ତାଙ୍କୁ ବାର ଟି ଡିଗ୍ରୀ କଲେଜ ରେ ୬୬ ସିଟ ସେଲ୍ଫ ଫା ଇ ନନ୍ ସି ଭିତ୍ତିରେ ଖୋଲା ଯାଇଚି। ଏବଂ ନାମ ଲେଖା ପାଇଁ ୪୫ ୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦ୍ୱାରା କି ଗୋଟିଏ ପଟେ। ସାଧାରଣ ଘରର ମେଧାବୀ ଛାତ୍ରଛାତ୍ରୀ ମାନେ ବାର୍ଷିକ ଏତେ ପରିମାଣର ଟଙ୍କା ଦେଇ ନ ପାରି ନାମ ଲେଖାରୁ ବଞ୍ଚିତ ହେବେ, ଏବଂ ଅନ୍ୟ ପଟେ ଆମ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଉପଯୁକ୍ତ ଯୋଗ୍ୟତା ପ୍ରାପ୍ତ ଶିକ୍ଷକ ଅଭାବ ଦେଖା ଦେବା ସହ ଶିକ୍ଷା ଦାନ ପ୍ରକ୍ରିୟା ଭିତ୍ତିକ ଗବେଷଣା କାର୍ଯ୍ୟ ବାଧା ପ୍ରାପ୍ତ ଦେବ ପରିମାଣ ସ୍ଵରୁପ ରାଜ୍ୟର ସ୍କୁଲ ଶିକ୍ଷା ଧ୍ଵଂସ ହେବ। ତେଣୁ ଅବଲମ୍ବନ ସରକାର ରାଜ୍ୟର ୧୪୩୭୯ ଟି ତଥା ଗଞ୍ଜମ୍ ଜିଲ୍ଲାର ୪୩୩ ଟି ସରକାରୀ ସ୍କୁଲ ବନ୍ଦ କରିବା ତଥା ରାଜ୍ୟ ର ସମସ୍ତ ବି ଇ ଡି କଲେଜ ମାନଙ୍କରେ ଯୁଦ୍ଧ କଳନା ଭିତ୍ତିରି ଅଧ୍ୟାପକ ନିଯୁକ୍ତି କରି ଚଳିତ ଶିକ୍ଷା ବର୍ଷରୁ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଦଳ ପକ୍ଷରୁ ଆଜିକାର ଏହି କାର୍ଯ୍ୟକ୍ରମରେ ଏସ୍ବ ଉ ସି ଆଇ କମ୍ୟୁନିଷ୍ଟ ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ସମ୍ପାଦକ ସୋମନାଥ ବେହେରା ଏ ଆଇ ଡି. ଏ ଏସ୍ର ଗଞ୍ଜମ୍ ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିର୍ମାଣ ଚାରଣ ସାହୁଙ୍କ ସମେତେ ନାରାୟଣ ସାହୁ ପପୁନ ସାହୁ, ମଧୁସୂଦନ ଦାସ, ସୁଭାଷିତ ପାଣିଗ୍ରାହୀ, ଅଲିଭା ଦାସ, ସୋମ ରଞ୍ଜନ ଗୌଡ ଆଦି ସଂଗଠନର କର୍ମୀଙ୍କ ସହ ଅନେକ ଜଣ ସାଧାରଣ ଉପସ୍ଥିତ ଥିଲେ।




