
(ଜେ ବି ଏନ /ଜ୍ୟୋତି ରଞ୍ଜନ ପରିଡା) : ଜଗତସିଂହପୁର ଜ଼ିଲ୍ଲା ଓକିଲ ସଂଘ ର ଶପଥ ଗ୍ରହଣ ଉଛବ ଅନୁଷ୍ଠିତ । ଜଗତସିଂହପୁରର ନବନିର୍ବାଚିତ କର୍ମକର୍ତ୍ତାମାନଙ୍କ ଶପଥଗ୍ରହଣ ଉତ୍ସବ ବାର୍ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସଂଘର ପୂର୍ବତନ ସଭାପତି ଦୋଳଗୋବିନ୍ଦ ଦାଶ୍ ସଭାପତିତ୍ବ ରେ । ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ଦୈ।ରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ । ବରିଷ୍ଠ ଆଇନଜୀବି ରାଜକିଶୋର ଖଟୁଆ ନବନିର୍ବାଚିତ ସଭାପତି ସୁବ୍ରତ ଶତପଥି, ଉପସଭାପତି ପ୍ରହ୍ଲାଦ କୁମାର ନାୟକ, ସଂପାଦକ ନରେଶ ଦାସ, ଯୁଗ୍ମ ସମ୍ପାଦକ ଜ୍ଞାନ ରଂଜନ ମହାନ୍ତି, କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ରାଉତ କାର୍ଯ୍ୟକାରିଣୀ ସଦସ୍ୟ ରାଜଶ୍ରୀ ମହାନ୍ତି, ବିବେକାନନ୍ଦ ନାୟକ, ଅଶ୍ଵିନୀ ଅମିତାଭ ଲେଙ୍କା, ଅନିରୁଦ୍ଧ ସାବତ,ପ୍ରଦୀପ କୁମାର ବିହାରୀ, ରୁଦ୍ରନାରାୟଣ ନାୟକ ଓ ଅମରଜ୍ୟୋତି ସାହୁଙ୍କୁ ଶପଥ ପାଠ କରାଇଥିଲେ ।
ପ୍ରାରମ୍ଭରେ ଆଇନଜୀବି ରବିନ୍ଦ୍ର କୁମାର ସ୍ବାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ନୂତନ ସଭାପତି ସୁବ୍ରତ ଶତପଥି, ବରିଷ୍ଠ ଆଇନଜୀବି ଗୋରାଚାନ୍ଦ କାନୁନଗୋ, ବିଳାସ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର ନାଥ ମିଶ୍ର, ଭଜହରି କର,ସଲିଲ୍ ଘୋଷ୍, ପିତାମ୍ବର ପଣ୍ଡା, ଘନଶ୍ୟାମ ଶତପଥି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଆଗମୀ ଦିନରେ ଓକିଲ ସଂଘର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ଆହ୍ବାନ ଦେଇଥିଲେ । ଶେଷରେ ନବନିର୍ବାଚିତ ସଂପାଦକ ନରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।



