“ବାବେବିରା ଉଚ୍ଚ ବିଦ୍ୟାଳୟରେ ପାଲିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ”

ବରଗଡ:୨୨/୬(ପବିତ୍ର ମେହେର)
ବର୍ତ୍ତମାନ ଯୁଗରେ ମଣିଷ ବ୍ୟସ୍ତବହୁଳ ଜୀବନ ଶୈଳୀ ଯୋଗୁଁ ନାନା ପ୍ରକାରର ଶାରୀରିକ, ମାନସିକ ଏବଂ ସାମାଜିକ ସମସ୍ୟାର ସମ୍ମୁଖୀନ ହେଉଛି। ଏସବୁ ରୁ ମୁକ୍ତି ପାଇବା ସକାଶେ ଯୋଗ ହେଉଛି ଏକ ଉତ୍କୃଷ୍ଟ ମାଧ୍ୟମ ଯାହା ଏକ ସୁସ୍ଥ ଜୀବନ ଯାପନ ସଙ୍ଗେ ଶରୀର ଏବଂ ମନକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ।ଚଲିତ ବର୍ଷ ଏହି ଦିବସର ସ୍ଲୋଗାନ ହେଲା “yoga for Healthy Aging ” ବା “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ “। ମହର୍ଷି ପତଞ୍ଜଲିଙ୍କ ଅଷ୍ଟାଙ୍ଗ ଯୋଗ କୁ ଆମେ ଅନୁସରଣ କରି ଏହି ଯୋଗଶିକ୍ଷା ଆମେ ଗ୍ରହଣ କରିପାରିବା। କେବଳ ଗୋଟିଏ ଦିନ ପାଲନ ନ କରି ଏହି ଯୋଗକୁ ନିୟମିତ ଭାବରେ ପ୍ରତିଦିନ ଅଭ୍ୟାସ କରିବା ଉଚିତ ।
ଏହି ଅବସରରେ ଗତକାଲି ରବିବାର ଦିନ ସକାଲ ୬ ଟା ସମୟରେ ଅତାବିରା ବ୍ଲକ ଅଧିନ ବାବେବିରା ଉଚ୍ଚ ବିଦ୍ୟାଳୟଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଲିତ ହୋଇଯାଇଛି।ବିଦ୍ୟାଲୟର ହିନ୍ଦି ଶିକ୍ଷକ ଅମୃତ କୁମାର ବାରିକଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଯୋଗ ଶିବିରରେ ଯୋଗି କୈଳାସ ବାବା,ଯୋଗିନୀ ପ୍ରମୋଦିନୀ ଏବଂ ମାତା ଅଲକା ଦେବୀ ଯୋଗଦେଇ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ସାମ୍ପ୍ରତିକ ସମାଜରେ ଏହାର ଆବଶ୍ୟକତାକୁ ଅନୁଭବ କରି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଯୋଗାସନ, ପ୍ରାଣାୟମ ସମ୍ପର୍କରେ ଅବଗତ କରାଇବା ସଂଗେସଂଗେ ସେମାନଙ୍କୁ ଯୋଗର ଉପକାରିତା ସଂପର୍କରେ ଆଲୋଚନା କରି ଯୋଗ ଶିକ୍ଷା ଦେଇଥିଲେ। ଶେଷରେ ବିଦ୍ୟାଳୟ ର ଶିକ୍ଷକ ସୁଦିପ୍ତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ l




